ଭୁବନେଶ୍ୱର : କାୟା ବିସ୍ତାର କରୁଛି ସାଇବର କ୍ରାଇମ୍। ବଡ଼ ବଡ଼ ଆର୍ଥିକ ସଂସ୍ଥା ଓ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗର ତଥ୍ୟ ହ୍ୟାକ୍ କରୁଥିବା ସାଇବର ଟେରରିଷ୍ଟଙ୍କୁ ମୁକାବିଲା କରିବାକୁ ଅତ୍ୟାଧୁନିକ ଟେକ୍ନୋଲୋଜିର ଉପଯୋଗ ଉପରେ ଆଇପିଏସ୍ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି।
ଆର୍ଥିକ ପ୍ରତିଷ୍ଠାନ ସହ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଓ ପରିବହନ ବିଭାଗର ତଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଆଇପିଏସ୍ ସମ୍ମିଳନୀରେ ଗୋଆ ଡିଜିପି ଦେଇଛନ୍ତି ପରାମର୍ଶ।
୨୦୧୬ ମସିହାରେ ଜାତୀୟ ସ୍ତରରେ ୧୨ ହଜାର ସାଇବର ଅପରାଧ ସମ୍ପର୍କିତ ମାମଲା ରୁଜୁ ହୋଇଥିଲା। ପୁଲିସକୁ ଏହା ରୋକିବାକୁ ହେଲେ ଅତ୍ୟାଧୁନିକ ଟେକ୍ନୋଲୋଜିର ଉପଯୋଗରେ ସୁଧାର ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ହିଂସା ଓ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିରେ ସାହାଯ୍ୟ କରୁଥିବା ସୋସିଆଲ ମିଡିଆରେ ପ୍ରସାରିତ ଆପତ୍ତିଜନକ ତଥ୍ୟ ରୋକିବାକୁ ଗୁରୁତ୍ୱ ଦିଆଯାଇଛି।
ମଧ୍ୟ ଗମ୍ଭୀରତାର ସହ ନିଆଯାଇଛି ଏହାଛଡ଼ା ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ରୋକିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ୨୦୧୮ରେ ୫ ହଜାର ୨୦୦ଟି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଚିନ୍ତାର କାରଣ ହୋଇଛି ବୋଲି କହିଥିଲେ ଡିଜିପି।
ତାସହ ସବୁ ଥାନାର ଦୈନନ୍ଦିନ କାମ ପେପର ଲେସ୍ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଦୁର୍ନୀତି ନିବାରଣ ଉପରେ ପୁଲିସ ଯତ୍ନବାନ ହେବାକୁ ବି କହିଥିଲେ ଡିଜିପି। ଆସନ୍ତାକାଲି ସମ୍ମିଳନୀର ଉଦ୍ଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।