ଲକ୍‌ଡାଉନ୍‌ରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମିଳିବ ରିହାତି

ଭୁବନେଶ୍ୱର: ଲକଡାଉନ୍ ସମୟରେ ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ପାଇଁ ରିହାତି ଘୋଷଣା। ଏପ୍ରିଲ ଓ ମେ ମାସର ବିଲ ପେମେଣ୍ଟ ପାଇଁ ସବୁ ଘରୋଇ ଉପଭୋକ୍ତାଙ୍କୁ ମିଳିବ ଅତିରିକ୍ତ ୪ ପ୍ରତିଶତ ରିହାତି। ଏ ନେଇ ସେସୁ, ନେସ୍କୋ, ସାଉଥକୋ ଓ ୱେସ୍କୋକୁ ଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଉପଭୋକ୍ତାମାନେ ପାଇବାକୁ ଥିବା ଅନ୍ୟ ରିହାତି ସମେତ ଦୁଇ ମାସର ବିଲ ବାବଦରେ ମଧ୍ୟ ୪ ପ୍ରତିଶତ ରିହାତି ମିଳିବ। ଖାଉଟିମାନେ ଯେକୌଣସି ମାଧ୍ୟମରେ ଏହି ବିଲ୍ ଭରିଲେ ମଧ୍ୟ ରିହାତି ଲାଗୁ ହେବ।

OERC ରେଗୁଲେସନ୍-୨୦୨ ଅନୁସାରେ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ସେପଟେ SMS ଜରିଆରେ ମିଟର ରିଡିଂ ପଠାଇବା ସହ ଗ୍ରାହକମାନଙ୍କୁ ସବୁ ପ୍ରକାର ସେବା ଡିଜିଟାଲ ସେବା ଉପଲବ୍ଧ କରାଇବାକୁ ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

You might also like