ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ହେଲେ ସୁସ୍ଥ
ଭୁବନେଶ୍ୱର: ଦିନକରେ ରେକର୍ଡ ସଂଖ୍ୟକ ହେଲେ ସୁସ୍ଥ। ଆଜି ରାଜ୍ୟରେ ୨୧୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୪,୪୦୫କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
କେଉଁ ଜିଲ୍ଲାରୁ କେତେ:-
ଆଜି ହୋଇଥିବା ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୭୬, ଗଞ୍ଜାମରୁ ୨୬୫, ସୁନ୍ଦରଗଡ଼ରୁ ୧୭୮, କଟକରୁ ୧୭୨, କୋରାପୁଟରୁ ୧୫୩, ଭଦ୍ରକରୁ ୧୪୪, ନୟାଗଡ଼ରୁ ୧୩୦, କନ୍ଧମାଳରୁ ୧୨୨, ବାଲେଶ୍ୱରରୁ ୯୦, ମୟୂରଭଞ୍ଜରୁ ୫୬, ଗଜପତିରୁ ୫୦, ଜଗତସିଂହପୁରରୁ ୨୭ ସୁସ୍ଥ ହୋଇଛନ୍ତି।
19 from Kalahandi
18 from Angul
16 from Kendrapara
14 from Balangir
13 from Jharsuguda
9 from Nabarangpur
6 from Boudh
1 from Sonepur— H & FW Dept Odisha (@HFWOdisha) August 23, 2020
ସେହିପରି ଯାଜପୁରରୁ ୨୪, ଢେଙ୍କାନାଳ ଓ କେନ୍ଦୁଝରରୁ ୨୩ ଲେଖାଏଁ, କଳାହାଣ୍ଡିରୁ ୧୯, ଅନୁଗୁଳରୁ ୧୮, କେନ୍ଦ୍ରାପଡ଼ାରୁ ୧୬, ବଲାଙ୍ଗିରରୁ ୧୪, ଝାରସୁଗୁଡ଼ାରୁ ୧୩, ନବରଙ୍ଗପୁରରୁ ୯, ବୌଦ୍ଧରୁ ୬ ଓ ସୁବର୍ଣ୍ଣପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।