ରତ୍ନଭଣ୍ଡାର ଚାବି ରିପୋର୍ଟ ଦାଖଲ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରିପୋର୍ଟ ଦାଖଲ କଲେ ତଦନ୍ତ କମିଶନ। ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ରଘୁବୀର ଦାସ ତଦନ୍ତ କମିଶନ ଅାଜି ଏ ନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିଥିବା ଜଣାପଡିଛି।

କମିଶନଙ୍କ ସଚିବ ଗୃହ ବିଭାଗ ଅନୁ ସଚିବଙ୍କୁ ରିପୋର୍ଟ ଦେଇଥିବା ଜଣାପଡିଛି। ମୋଟ ୩୨୪ ପୃଷ୍ଠା ସମ୍ବଳିତ ରିପୋର୍ଟ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହେବା ପରେ ଏହାର ତଦନ୍ତ ପାଇଁ ସରକାର ଜଷ୍ଟିସ୍‌ ରଘୁବୀର ଦାସ କମିଶନ ଗଠନ କରିଥିଲେ।

You might also like