ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ

ଥାନାରେ ଏତଲା ପରେ ପୁଲିସର ଛାନଭିନ୍ ଆରମ୍ଭ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ସ୍ୱାମୀ ପରିତ୍ୟକ୍ତା ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଛି। ଘରେ ଶୋଇଥିବା ସମୟରେ ଅଭିଯୁକ୍ତ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି।

ପରିବାର ଲୋକେ ପୀଡିତା ଦିବ୍ୟାଙ୍ଗ ମହିଳାଙ୍କର ଡାକ୍ତରୀ ମାଇନା କରିଛନ୍ତି। ଏ ମାମଲାକୁ ନେଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ଅଭିଯୁକ୍ତ ଜଣକ ଫେରାର ଥିବା ସୂଚନା ମିଳିଛି।

You might also like