ପ୍ରମାଣପତ୍ର ପାଇଁ ନାକେଦମ ହେଉଛନ୍ତି ଦିବ୍ୟାଙ୍ଗ

ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଅଣଦେଖା ଅଭିଯୋଗ

ରାୟଗଡ଼ା : ରାୟଗଡ଼ାରେ ପ୍ରମାଣପତ୍ର ପାଇଁ ନାକେଦମ ହେଉଛନ୍ତି ଦିବ୍ୟାଙ୍ଗ। ସ୍ୱାସ୍ଥ୍ୟ ପରୀକ୍ଷାବେଳେ ସେମାନଙ୍କୁ ଅଣଦେଖା ବି କରାଯାଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଡାକ୍ତରଙ୍କ ଦେଖାନମିଳିବାରୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଠାରେ ଏମାନଙ୍କ ପାଇଁ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନାହିଁ। ଏଠାରେ ୨ ମାସରେ ଥରେ ଶାରୀରିକ ଓ ମାନସିକ ଭିନ୍ନକ୍ଷମମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ପରିଚୟ ପତ୍ର ପ୍ରଦାନ କରାଯାଏ।

ହେଲେ ଆବଶ୍ୟକ ଡାକ୍ତର ନଥିବାରୁ ନାନା ଅସୁବିଧା ଭୋଗୁଛନ୍ତି ଦିବ୍ୟାଙ୍ଗ। ସେପଟେ ଆବଶ୍ୟକତା ଠାରୁ ଅଧିକ ଲୋକେ ଆସିଥିବାରୁ ଏପରି ପରିସ୍ଥିତି ହୋଇଥିବା ଦାୟିତ୍ୱରେ ଥିବା ADMO କହିଛନ୍ତି।

You might also like