ଭୁବନେଶ୍ୱରରୁ ଦୁବାଇ ବିମାନ ଚଳାଚଳ ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଦୁବାଇକୁ ବିମାନ ଚଳାଚଳ ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୂବନେଶ୍ୱରରୁ ଦୁବାଇ ଯାତାୟତ କରୁଥିବା ଓଡ଼ିଶାର ଯାତ୍ରୀଙ୍କ ସୁବିଧା ତଥା ଓଡ଼ିଶାର ବିକାଶରେ ଏହି ଆକାଶପଥରେ ଯୋଗାଯୋଗର ବଡ଼ ଭୂମିକା ରହିଛି। ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ଚିଠି ଲେଖିଛନ୍ତି। ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନ ସଂଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠିରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର।

ଦୁବାଇରେ ୧୫ ହଜାରରୁ ଅଧିକ ଓଡ଼ିଆ ୟୁଏଇରେ ବସବାସ କରୁଛନ୍ତି। କେନ୍ଦ୍ର ସରକାରଙ୍କ ପୂର୍ବୋଦୟ ଯୋଜନାରେ ପୂର୍ବ ଭାରତରେ ଓଡ଼ିଶା ବିକାଶର ପେଣ୍ଠସ୍ଥଳୀ ଭାଗରେ ଆଗକୁ ବଢୁଛି। ଭୁବେନଶ୍ୱର ସହ ଅନ୍ତର୍ଜାତୀୟ ବିମାନ ଯୋଗାଯାଗ ଭାରତର ବିକାଶର ସମ୍ଭାବନାକୁ ଆହୁରି ଆଗକୁ ନେଇଯିବ। ଏଥିସହିତ ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବିକାଶ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

You might also like