ଏଣିକି ୨ ଘଣ୍ଟାରେ ସୁରତରେ ପହଞ୍ଚିବେ

ଭୁବନେଶ୍ୱର: ଭୁବନେଶ୍ୱର-ସୁରତ ମଧ୍ୟରେ ଆଜିଠାରୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି।ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି। ଦୁଇ ସହର ମଧ୍ୟରେ ସପ୍ତାହକୁ ୨ଥର ବିମାନ ଚଳାଚଳ କରିବ।

ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ଗୁଜରାଟର ସୁରତକୁ ବିମାନ ଚଳାଚଳ କରିବାକୁ ଥିବାବେଳେ ସୁରତରୁ ଭୁବନେଶ୍ୱରକୁ ଶୁକ୍ରବାର ଓ ରବିବାର ଦିନ ବିମାନ ଚଳାଚଳ କରିବ।

ଏହି କ୍ରମରେ ଭୁବନେଶ୍ୱରରୁ ଆଜି ସକାଳ ୮ଟା ୪୦ରୁ ବିମାନ ସୁରତକୁ ଉଡ଼ାଣ ଭରିଛି। ଏହା ଦିନ ୧୦ଟା ୪୦ରେ ସୁରତରେ ପହଞ୍ଚିବ।

ସେହିପରି ସୁରତରୁ ସକାଳ ୮ଟା ୪୦ରେ ବିମାନ ବାହାରିବ ଓ ଭୁବନେଶ୍ୱରରେ ଦିନ ୧୦ଟା ୪୦ରେ ପହଞ୍ଚିବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି।

ସୁରତ ପରେ ଭୁବନେଶ୍ୱରରୁ ସିଧାସଳଖ ବାରାଣସୀକୁ ଉଡ଼ିବ ବିମାନ। ଫେବୃଆରୀ ୨୯ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ। ସପ୍ତାହର ସବୁ ଦିନ ଏହି ବିମାନ ଚାଲିବ ବୋଲି ଜଣାପଡ଼ିଛି।

You might also like