ବିସ୍ମୟ ବାଳିକାଙ୍କ ଅବିଶ୍ୱସନୀୟ କାର୍ଯ୍ୟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ
ଝାରସୁଗୁଡ଼ା (ଭାଗିରଥୀ ସାହୁ) : ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ। ଚେଷ୍ଟା, ପରିଶ୍ରମ ଏବଂ ପ୍ରଶିକ୍ଷଣ ଦ୍ୱାରା ସବୁ କିଛି ସମ୍ଭବ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡ଼ାର ବିସ୍ମୟ ବାଳିକା ଦୀପ୍ତି ଶର୍ମା।
ତୃତୀୟ ଶ୍ରେଣୀରେ ପଢୁଥିବା ଦୀପ୍ତି ଆଖିରେ ପଟି ବାନ୍ଧି ମାତ୍ର ୩.୫୪ ସେକେଣ୍ଡରେ A ରୁ Z ପର୍ଯ୍ୟନ୍ତ ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି।
ଦୃଢ଼ ଇଚ୍ଛା ଶକ୍ତି ଓ ଚେଷ୍ଟା ପାଇଁ ଦୀପ୍ତି ଏଭଳି ଅସମ୍ଭବ କାର୍ଯ୍ୟ ସମ୍ଭବ କରିପାରୁଥିବା କହିଛନ୍ତି ତାଙ୍କ ମାଆ। ସ୍କୁଲ ପ୍ରିନ୍ସିପାଲ ମଧ୍ୟ ସମାନ କଥା କହିଛନ୍ତି। ଆଗକୁ ସେ କିଭଳି ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବେ, ସେଥିପାଇଁ ଦୀପ୍ତି ଲକ୍ଷ୍ୟ ରଖିଥିବା ବେଳେ ଭବିଷ୍ୟତରେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ଥିବା କହିଛନ୍ତି।