ଦୀପ୍ତିଜ୍ୟୋତି, ଆଦ୍ୟାଶା ପିନ୍ଧିଲେ ରଜ ରାଜକୁମାରୀ ମୁକୁଟ

ଭୁବନେଶ୍ୱର : ପ୍ରତିବର୍ଷ ରଜ ଓଡ଼ିଶାରେ ବହୁତ ଧୁମ୍‌ଧାମରେ ପାଳିତ ହୁଏ । କିନ୍ତୁ ଏହି ବର୍ଷ କରୋନା ମହାମାରୀ କାରଣରୁ ସମସ୍ତେ ଘରେ ରହି ରଜ ପାଳନ କରିଛନ୍ତି । କିଛି ଟିଭି ଚ୍ୟାନେଲ ରଜରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରିଥାନ୍ତି । କଟକଣା କାରଣରୁ ଏ ବର୍ଷ ଭିନ୍ନ ପ୍ରକାରରେ ରଜ ରାଜକୁମାରୀ କାର୍ଯ୍ୟକ୍ରମ କରିଛି ‘ଆମ ଟିଭି’ ।

ରଜ ରାଜକୁମାରୀ ସିଜିନ୍-୩ର ପ୍ରସ୍ତୁତି ‘ଆମ ଟିଭି’ ରଜରେ ଆୟୋଜନ କରିଥିଲା ।  ଏହାର ସମସ୍ତ ରାଉଣ୍ଡ ଶେଷ ହେବା ପରେ ରଜ ରାଜକୁମାରୀ ମୁକୁଟ ପନ୍ଧିଛନ୍ତି କଟକ ଟାଙ୍ଗୀ ଅଞ୍ଚଳର ଆଦ୍ୟାଶା ମହାନ୍ତି (ଜୁନିଅର ବର୍ଗ) ଏବଂ ଢ଼େଙ୍କାନାଳର ଦୀପ୍ତିଜ୍ୟୋତି ପଟ୍ଟନାୟକ (ସିନିୟର ବର୍ଗ ) । ସେହିପରି ଜୁନିଅର ବର୍ଗରେ ରନର୍ସଅପ ହୋଇଛନ୍ତି ଭୁବନେଶ୍ୱରର ପ୍ରିୟାଶୀଂ ପଟ୍ଟନାୟକ ଓ ଯାଜପୁରର ସ୍ୱୟଂଶ୍ରୀ ଶତପଥୀ।

ସିନିୟର ବର୍ଗରେ ଯାଜପୁରରଏରିନା ମଞ୍ଜରୀ ମଲ୍ଲିକ ଓ ଭୁବନେଶ୍ୱରର ସୌଭାଗ୍ୟ ଲକ୍ଷ୍ମୀ ଆଚାର୍ଯ୍ୟ ରନର୍ସପ ହୋଇଛନ୍ତି । ଏଥିରେ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ସ୍ୱତନ୍ତ୍ର ରୀଜକୁମାରୀ ଭାବେ ସିନିୟର ବର୍ଗରେ ଜଟଣୀର ସୌମ୍ୟାପ୍ରୀତି ପାଇକରାୟ ଏବଂ ଜୁନିୟର ବର୍ଗରେ ଭୁବନେଶ୍ୱରର ପ୍ରିୟା ମିଶ୍ର ବିଜୟିନୀ ହୋଇଛନ୍ତି ।

ଲକ୍‌ଡାଉନ ସମୟରେ ପ୍ରତିଯୋଗୀମାନେ ସେମାନଙ୍କର ବିବିଧ ପ୍ରତିଭା ଭିଡିଓ ମାଧ୍ୟମରେ ପଠାଇଥିଲେ । ଶୀତଲ ପାତ୍ର, ରାଗିଣୀ ସୂତ୍ରଧର, ଅଙ୍କିତା ଦସ, ତମନ୍ନା ବ୍ୟାସ ପ୍ରମୁଖ ଅଭିନେତ୍ରୀମାନେ ଭିଡିଓ ଗୁଡ଼ିକର ବିଚାର କରିଥିଲେ ।  ବିଜୟିନୀ ପ୍ରତିଭାଙ୍କୁ ଟେଲିଭିଜନ୍, ସିନେମା ଏବଂ ଡିଜିଟାଲ ପ୍ଲାଟଫର୍ମ ପାଇଁ ୩୦ଦିନର ଜବ କାର୍ଡ ଦିଆଯିବ ଏବଂ ରନର୍ସଅପ ମାନଙ୍କୁ ୧୫ଦିନର ଜବ୍ କାର୍ଡ ଦିଆଯିବ  ବୋଲି ଆମ ଟିଭିର ନିର୍ଦ୍ଦେଶକ ପ୍ରଣୟ ଜେଠୀ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ

ଘୁଞ୍ଚିଲା ଓଡ଼ିଶା ସିଭିଲ୍‌ ସର୍ଭିସ-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷା

ମାମୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ଭଣଜା

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

କେବେ ଖୋଲିବ ମନ୍ଦିର? ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଲେ ସେବାୟତ

୧୫ ହଜାର ଟଙ୍କାରେ ବିକ୍ରି ହେଲା ମାସେ ୭ ଦିନର ଶିଶୁକନ୍ୟା

ଖୋଲା ଜିପ୍‌ରେ ବସି ପ୍ରଚାର କଲେ ବେଣୁଧର

ଉପନିର୍ବାଚନ ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ମଇଦାନକୁ ନଯାଇ ପ୍ରଚାର କଲେ ନବୀନ

ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୭୦, ୧୩୦କୁ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କୁ  ନିରଞ୍ଜନଙ୍କ ପ୍ରଶ୍ନ; ନିଜେ ସୁରକ୍ଷିତ ରହି ଲୋକଙ୍କୁ କାହିଁକି ବିପଦକୁ ଠେଲୁଛ ?

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଦିନକରେ ୧୧୦ ପଜିଟିଭ ଚିହ୍ନଟ

ତିର୍ତ୍ତୋଲ ପାଇଁ ଭର୍ଚୁଆଲ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

You might also like