• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

କୋଣାର୍କ : ୩ ଜଣଙ୍କୁ ଆଜୀବନ କାରାଦଣ୍ଡ। ବହୁଚର୍ଚ୍ଚିତ ଅସ୍ତରଙ୍ଗ ଥାନା ଦିନାଡିଆରେ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା ଘଟଣା। ୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ।

ମୁଖ୍ୟ ଅଭିଯୁକ୍ତ ହିମାଦ୍ରି ଦାସ ଓରଫ ରହିମ୍‌ ଖାଁ , ରହିମଙ୍କ ପତ୍ନୀ ଆୟେଶା ବେଗମ୍ ଓ ମୃତ ଦୀନବନ୍ଧୁଙ୍କ ସଢୁ ଫକୀର ମଲ୍ଲିକଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।

୨୦୧୫ ମସିହା ସେପ୍ଟେମ୍ବର ୨୧ ତାରିଖରେ ଦିନାଡିଆର ଅବସରପ୍ରାପ୍ତ ଡିଆଇ ଦିନବନ୍ଧୁ ମଲ୍ଲିକ, ତାଙ୍କ ପତ୍ନୀ  ନିର୍ମଳା, ୧୨ ବର୍ଷର ଝିଅ ଶାଶ୍ୱତୀ ଏବଂ ୪ ବର୍ଷର ଝିଅ ପ୍ରଣତୀଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମାମଲାରେ ଖୋଲତାଡ଼ କରି କ୍ରାଇମ୍‌ବ୍ରାଞ୍ଚ ୩ ଅଭିଯୁକ୍ତ ଫକୀର ମଲ୍ଲିକ, ହିମାଦ୍ରୀ  ଦାସ୍‌ ଓରଫ ରହିମ୍ ଖାନ୍ ଏବଂ ତାଙ୍କ ପତ୍ନୀ ଆୟେଶା ବେଗମ୍‌ଙ୍କୁ ଗିରଫ କରିଥିଲା।

ରହିମ୍ ଖାନ୍, ବୋଲଗଡ଼ର ଫକୀର ମଲ୍ଲିକଙ୍କ ସହ ମିଶି ଦିନବନ୍ଧୁଙ୍କ ସମ୍ପର୍କରେ ଆସିଥିଲେ। ତେବେ ସମ୍ପତ୍ତି ଲୋଭରେ ରହିମ୍ ଓ ଆୟେଶା ଘଟଣା ଦିନ ୪ ଜଣଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିଲେ। ଗତ ମଙ୍ଗଳବାର ଦିନ କୋର୍ଟ ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

 

https://youtu.be/ascEMCBtx9g

Dinadia-astharanga-murder-issue
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories