ଜାତିସଂଘରେ ଯୋଗ ଦେବେ ଦିଲ୍ଲୀପ ଶ୍ରୀଚନ୍ଦନ

ଭୁବନେଶ୍ୱର: ବିଶ୍ୱଶାନ୍ତି, ସଂହତି ତଥା ସବୁଜ ବିଶ୍ୱ ପାଇଁ ଜାତିସଂଘର ଏକ ସମ୍ମିଳନୀରେ ଯୋଗ ଦେବେ ଖୋର୍ଦ୍ଧା ପୂର୍ବତନ ବିଧାୟକ ତଥା ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ‌୍‍ ଆର୍ମିର କମାଣ୍ଡର-ଇନ‌୍‍-ଚିଫ‌୍‍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ। ଆଗାମୀ ଦିନରେ ଜେନେଭାଠାରେ ଏହି ସମ୍ମିଳନୀ ଆୟୋଜିତ ହେବ। ଏଥିରେ ୫୦ଟି ଦେଶର ପ୍ରତିନିଧିଙ୍କ ସହିତ ଶ୍ରୀଚନ୍ଦନ ଯୋଗ ଦେଇ ନିଜର ବକ୍ତବ୍ୟ ରଖିବେ।

ଏ ନେଇ ଆସନ୍ତା ୩ତାରିଖ ସକାଳ ୯ରେ ରବୀନ୍ଦ୍ର ମଣ୍ଡପରେ ଏକ ଆନ୍ତର୍ଜାତିକ ୱାକାଥନ‌୍‍ ଓ ଆନ୍ତର୍ଜାତିକ ସମ୍ମିଳନୀର ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମକୁ ଉଦ‌୍‍ଘାଟନ କରିବେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ‌୍‍।  ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ସମ୍ୱାଦର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ, ଲୋକସେବକ ମଣ୍ଡଳର ଜାତୀୟ ସଂପାଦକ ଶ୍ରୀଯୁକ୍ତ ନିରଞ୍ଜନ ରଥ, ନାଲ୍‌କୋର ଅଧ୍ୟକ୍ଷ ଶ୍ରୀଯୁକ୍ତ ତପନ କୁମାର ଚାନ୍ଦ, ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଓଡ଼ିଶା ବୀର ମହାସଂଘର ସଭାପତି ଡ଼କ୍ଟର ପ୍ରକାଶ ଶ୍ରୀଚନ୍ଦନ ପ୍ରମୁଖ ଯୋଗ  ଦେବେ।

Image may contain: 18 people, people standing, wedding and outdoor

ପ୍ରକାଶଥାଉକି, ଏହି ଦିନ ଠାରୁ ୨୦୨୦ମସିହା ଅକ୍ଟୋବର ମାସ ୨ତାରିଖ ପର୍ଯ୍ୟନ୍ତ ଏକ ବର୍ଷ ବ୍ୟାପୀ ଡକ୍ଟର ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ପ୍ରେରଣା ଇଣ୍ଟରନେସନାଲ‌୍‍ ଗ୍ରୀନ‌୍‍ ଆର୍ମି ମାନେ ଓଡ଼ିଶାର ବିଭିନ୍ନ ଶାନ୍ତି, ସଂଘତି ପୀଠ ପରିଭ୍ରମଣ କରିବା ସହିତ ସବୁଜ ବିଶ୍ୱ ପାଇଁ ସମ୍ମତି ସୂଚକ ଏକ ଲକ୍ଷ ବୁଦ୍ଧିଜୀବୀଙ୍କର ଦସ୍ତଖତ ସଂଗ୍ରହ କରିବେ। ଏବଂ ଏହି ବୁଦ୍ଧିଜୀବୀମାନେ ଯେଉଁ ମତାମତ ପ୍ରଦାନ କରିଥିବେ ତାହାକୁ ଆଧାରକରି ଡକ୍ଟର ଶ୍ରୀଚନ୍ଦନ ଜାତିସଂଘରେ ନିଜର ବକ୍ତବ୍ୟ ରଖିବେ।

 

ଆହୁରି ପଢ଼ନ୍ତୁ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

You might also like