ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲୀପ ରାୟ

ପାଟକୁରା : କେନ୍ଦ୍ରାପଡ଼ା ରାଜନୀତିରେ ନୂଆ ମୋଡ଼। ପାଟକୁରାରେ ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲୀପ ରାୟ। ନିର୍ବାଚନରେ ବିଜୟଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି ଦିଲୀପ। ବିଜୟ ମହାପାତ୍ରଙ୍କ ସହ ରହିଛି ଓ ତାଙ୍କୁ ସମର୍ଥନ କରୁଛି ବୋଲି ଦିଲୀପ କହିଛନ୍ତି।

ରାଉରକେଲା ପାଇଁ ତାଙ୍କର ୨ଟି ଦାବି ସମ୍ପର୍କରେ ମତ ରଖିବା ସହ ଦିଲୀପ କହିଛନ୍ତି, ତାଙ୍କର ଦାବି ପୂରଣ ହୋଇଛି। ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଏବଂ ଆଇଜିଏଚ୍ ହସ୍ପିଟାଲକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବାକୁ ଦାବି କରି ଚର୍ଚ୍ଚାକୁ ଆସିଥିଲେ ଦିଲୀପ।

ତେବେ ଦାବି ପୂରଣ ହେବା ପରେ ଗତ ୧୧ ତାରିଖରେ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଥିଲେ ଦିଲୀପ ରାୟ।

You might also like