୬ ବର୍ଷ ଧରି ଅବ୍ୟବହୃତ ହୋଇ ପଡ଼ି ରହିଛି ଜୟପୁର ITDA ହଷ୍ଟେଲ

ଅଧିକ ଘର ଭଡ଼ା ଦେଇ ଖର୍ଚ୍ଚାନ୍ତ ହେଉଛନ୍ତି ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟର ବିଦ୍ୟାର୍ଥୀ, କୋଠାର ସୁରକ୍ଷା ଓ ନିରାପତ୍ତାର ଯାଞ୍ଚ କରିବ ବୈଷୟିକ ଟିମ

  •  ହଷ୍ଟେଲ ଅଛି ହେଲେ ବ୍ୟବହାର ହୋଇପାରୁନି
  •  ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହଷ୍ଟେଲ ଏବେ ଖତ ଖାଉଛି
  • ହଷ୍ଟେଲର ସୁରକ୍ଷା ଓ ନିରାପତ୍ତା ନେଇ ଉଠିଲା ପ୍ରଶ୍ନ
  • ହଷ୍ଟେଲ ସ୍ଥିତି ଯାଞ୍ଚ କରିବ ବୈଷୟିକ ଟିମ୍: ନିର୍ବାହୀ ଯନ୍ତ୍ରୀ

ଜୟପୁର : ହଷ୍ଟେଲ ଅଛି ହେଲେ ବ୍ୟବହାର ହୋଇପାରୁନି, ବାଧ୍ୟ  ହୋଇ ବାହାରେ ଘରଭଡ଼ା ନେଇ ଖର୍ଚ୍ଚାନ୍ତ ହେଉଛନ୍ତି ଛାତ୍ରୀ । ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟର ଅନୁସୂଚିତ ଜାତି ଓ ଜନଜାତି ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହୋଇଛି । ହେଲେ ଦୁଭାଗ୍ୟର ବିଷୟ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହଷ୍ଟେଲ ଏବେ ଖତ ଖାଉଛି  । ହଷ୍ଟେଲର ସୁରକ୍ଷା ଓ ନିରାପତ୍ତା ନେଇ କଲେଜ କର୍ତ୍ତୃପକ୍ଷ ବିଭାଗକୁ ଚିଠି ଲେଖି ଦାୟିତ୍ୱ ସାରି ଦେଇଥିବାବେଳେ ବିଭାଗୀୟ ଅଧିକାରୀ କିନ୍ତୁ ଏଯାଏଁ କୌଣସି ପଦକ୍ଷେପ ନେଇପାରିନାହାନ୍ତି ।

କୋଠାରୁ ଉଡ଼ିଯାଇଛି ଟିଣ, କାନ୍ଥ ଫାଟି ଇଟା ବାହାରକୁ ଦିଶିଲାଣି।  ଏଣେ ତେଣେ ହୋଇ ଇଟା, ଟିଣ ଖଣ୍ଡ ସବୁ ପଡ଼ିଛି । ନିର୍ମାଣ ଶେଷ ହେବା ପରଠାରୁ ଅବ୍ୟବହୃତ ଓ ବିପଦସଙ୍କୁଳ ଅବସ୍ଥାରେ ରହିଛି  ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟର ।  ଆଇଟିଡିଏ ହଷ୍ଟେଲ  ହଷ୍ଟେଲର ଏଭଳି ଦୂରାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଛାତ୍ରୀ । ଏପରି ସମସ୍ୟା ଦେଖି ହଷ୍ଟେଲଟି ସୁରକ୍ଷିତ ନଥିବାରୁ ଛାତ୍ରୀମାନେ ହଷ୍ଟେଲ ବ୍ୟବହାର କରୁନାହାନ୍ତି । ଯାହା ଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଛାତ୍ରୀମାନେ ସହରରେ ଘରଭଡ଼ା ବାବଦକୁ ଖର୍ଚ୍ଚାନ୍ତ ହେଉଛନ୍ତି ।

ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଜୟପୁର ଆଇଟିଡିଏ ପକ୍ଷରୁ ଗତ ୨୦୧୧-୧୨ ଆର୍ଥିକ ବର୍ଷରେ ୩୫ଲକ୍ଷ ଟଙ୍କା ବ୍ୟୟରେ ହଷ୍ଟେଲ ନିର୍ମାଣ କରି ଗତ ୧୨ଜାନୁଆରୀ ୨୦୧୫ରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା । କିଛି ଦିନ କାମରେ ଲାଗିଲା ହେଲେ  ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ  ଏହାକୁ ଆଉ ବ୍ୟବହାର କରାଯାଉନାହିଁ ।  ଏପିରି ନାନାଦି ସମସ୍ୟା ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଲିଖିତ ଅଭିଯୋଗ ପରେ ବି ସୁଫଳ ମିଳିପାରିନି । ସେପଟେ କୋଠାର ସୁରକ୍ଷା ଓ ନିରାପତ୍ତା ନେଇ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଏକ ବୈଷୟିକ ଟିମ ଯାଞ୍ଚ କରିବେ ବୋଲି ନିର୍ବାହୀଯନ୍ତ୍ରୀ କହିଛନ୍ତି ।

 

You might also like