• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ସାରା ବିଶ୍ୱକୁ ନିଜ ବଳୟ ଭିତରେ ରଖିଛି କରୋନା। ଅନେକ ସମୟରେ କରୋନା ଭୂତାଣୁ ତାର ରୂପ ପରିବର୍ତ୍ତନ କରୁଥିବା ନେଇ ବିଶେଷଜ୍ଞମାନେ ମତ ରଖିଛନ୍ତି। କରୋନା ସେକେଣ୍ଡ ୱେଭ୍ ଅନେକ ସ୍ଥାନରେ ଦେଖାଦେବା ପରେ ପୁଣି ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏହାରି ଭିତରେ ସାରା ବିଶ୍ୱକୁ ଘାରିଲାଣି କରୋନାର ଆଉ ଏକ ରୂପ ତଥା କରୋନାର ନୂଆ ଷ୍ଟ୍ରେନ୍। ତାହା ହେଲେ ଏହା କଣ କରୋନା ଦ୍ୱିତୀୟ ୱେଭ କି ? ଏନେଇ କଣ କହୁଛନ୍ତି DMET ସିବିକେ ମହାନ୍ତି ଆସନ୍ତୁ ଜାଣିବା..

ବ୍ରିଟେନର ନୂଆ ଷ୍ଟ୍ରେନକୁ ନେଇ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି ଯେ ୟୁକେ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ଏହା ପୂର୍ବ ରୋଗୀଙ୍କ ଭଳି ଲକ୍ଷଣ ସମାନ। ଏବେ ଷ୍ଟ୍ରେନକୁ ନେଇ ଅନୁଧ୍ୟାନ ଚାଲିଛି। ନୂଆ ଷ୍ଟ୍ରେନରେ ସଂକ୍ରମଣ ଅଧିକ ରହୁଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଆମକୁ ଭୟଭୀତ ନୁହେଁ, ବରଂ ସଚେତନ ହୋଇ ରହିବାକୁ ପଡ଼ିବ ବୋଲି ଡିଏମ୍‌ଇଟି ପରାମର୍ଶ ଦେଇଛନ୍ତି। ବ୍ରିଟେନ ଫେରନ୍ତା ନିଜ ସମ୍ପର୍କରେ ସୂଚନା ଦେବାକୁ ସେ ଅନୁରୋଧ କରିଛନ୍ତି। ବ୍ରିଟେନ ଫେରନ୍ତାଙ୍କ ଜେନେଟିକ ଆନାଲିସିସ୍ ହେବ। ଏହାକୁ ଦ୍ୱିତୀୟ ୱେଭ୍ କୁହାଯାଇପାରିବ ନାହିଁ ଡିଏମ୍ଇଟି କହିଛନ୍ତି।

କରୋନା ନୂଆ ଷ୍ଟ୍ରେନ୍‌କୁ ନେଇ ILS ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ ବ୍ରିଟେନ ଫେରନ୍ତା କରୋନା ଆକ୍ରାନ୍ତଙ୍କ ଜିନ୍ ଅନୁଶୀଳନ ହେବ। ପୁନେ NIVରେ ବ୍ରିଟେନ୍ ଫେରନ୍ତା ଆକ୍ରାନ୍ତଙ୍କ ହେବ ଜିନ ସିକ୍ୟୁଏନ୍ସ। ଆକ୍ରାନ୍ତଙ୍କ ଶରୀରରେ ବ୍ରିଟେନ୍ ଷ୍ଟ୍ରେନ୍ ଅଛି କି ନାହିଁ ତାହା ଅନୁଶୀଳନ ହେବ ବୋଲି ସେ କହିଛନ୍ତି।

ବ୍ରିଟେନ୍‌ରୁ ଭୁବନେଶ୍ୱର ଫେରିଥିବା ବ୍ୟକ୍ତି ଏକ ଘରୋଇ ଲ୍ୟାବ୍‌ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଟୁଇଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଏହି ୩୮ ବର୍ଷୀୟ ବ୍ୟକ୍ତି ଗତ ୧୮ ତାରିଖରେ ଭୁବନେଶ୍ୱର ଫେରିଥିଲେ। କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ସରକାରୀ କୋଭିଡ୍  ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଠାରେ ସାମାନ୍ୟ ଫ୍ଲୁ ଭଳି ଲକ୍ଷଣ ଦେଖିବାକୁ ମିଳୁଛି।

ଆହୁରି ପଢନ୍ତୁ :

ବ୍ରିଟେନ୍ ନୁହେଁ, ଆଫ୍ରିକାରୁ ଆସିଛି କରୋନାର ନୂଆ ଷ୍ଟ୍ରେନ

ତେବେ କରୋନା ଭୂତାଣୁ ଷ୍ଟ୍ରେନ୍ ସ୍ପଷ୍ଟ କରିବା ପାଇଁ RMRC ଜରିଆରେ ସ୍ପାଇକ୍ ଜିନୋମ୍ ସିକ୍ୱେନ୍ସିଂ କରାଯିବ। ସରକାରୀ ଗାଇଡ୍‌ଲାଇନ ଅନୁସାରେ ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ସରିଛି ବୋଲି ସୂଚନା ଦିଆଯାଇଛି। ସେପଟେ ବ୍ରିଟେନରୁ ଫେରିଥିବା ଲୋକଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ ବୋଲି କହିଛି ବିଏମ୍‌ସି। ଭାରତରେ ପହଞ୍ଚିଲା ପରେ ନେଗେଟିଭ ରିପୋର୍ଟ ଦେଖାଇନଥିଲେ ସେଠାରୁ ଆସିବାର ୧୪ ଦିନ ମଧ୍ୟରେ କରୋନା ଟେଷ୍ଟ କରାଇବା ଜରୁରୀ ବୋଲି କହୁଯାଇଛି।

Did-coronas-second-wave-come-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories