ଚୌଦ୍ୱାର(ପ୍ରକାଶ କୁମାର ନାୟକ): ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ସାରା ବିଶ୍ୱରେ ଆଜିର ଦିବସକୁ ମହିଳାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ପ୍ରଥମ ଥର ପାଇଁ ନ୍ୟୁୟର୍କରେ ୧୯୦୯ ମସିହା ମାର୍ଚ୍ଚ ୮ ତାରିଖରେ ମହିଳା ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସର ଥିମ୍ ରହିଛି ‘ଚୁଜ୍ ଟୁ ଚ୍ୟାଲେଞ୍ଜ’। କଳା ହେଉ ଅବା କ୍ରୀଡ଼ା ରାଜନୀତି, ପ୍ରଶାସନ ଓ ସେନା ସବୁ କ୍ଷେତ୍ରରେ ସଫଳତାର ପାଇ ଏବେ ଆଗରେ ରହୁଛନ୍ତି ମହିଳା। ହକ୍‌ ଓ ଅଧିକାର ପାଇଁ ନିଜେ ଲଢ଼େଇ କରୁଛନ୍ତି ଓ ସେଥିରେ ସଫଳତା ବି ହାସଲ କରୁଛନ୍ତି।

କଥାରେ ଅଛି ଦୃଢ଼ ଇଛି ଶକ୍ତି ଆଉ କଠୋର ପରିଶ୍ରମ ଆଗରେ ସବୁ କିଛି ସମ୍ଭବ। ଅଭାବ ଅନାଟନ କେବେ ହେଲେ ଏହାର ବାଟ ରୋକି ପାରିବ ନାହିଁ। ଆଜି ଆମେ ଏମିତି ଜଣେ ଦିବ୍ୟାଙ୍ଗ ମହିଳାଙ୍କ କଥା କହିବୁ, ଯିଏ ଦିବ୍ୟାଙ୍ଗ ହୋଇ ମଧ୍ୟ ସକ୍ଷମ। ସାଇକେଲ ଚଲାଇ ପ୍ରତ୍ୟକ ଦିନ ସକାଳୁ ଲୋକଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି  ଖବରକାଗଜ। ଦିନରେ ଖବରକାଗଜ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ସନ୍ଧ୍ୟାରେ ଦୋକାନରେ କାମ କରୁଛନ୍ତି। କାହା ଉପରେ ନିର୍ଭର ନକରି ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ରହୁଥିବା ରୀନା ଭୂୟାଁ। କଟକ ଜିଲ୍ଲା ଚୌଦ୍ୱାର ପୌରପାଳିକା ୧୭ ନମ୍ୱର ୱାର୍ଡ କପାଳେଶ୍ୱରରେ ରୀନାଙ୍କ ଘର।

https://youtu.be/suKvrdz0r_M

ଜନ୍ମରୁ ପୋଲିଓ ଆକ୍ରାନ୍ତ ରୀନାଙ୍କର ଦୁଇଟି ପାଦ ବଙ୍କା। ଯିବା ଆସିବା କରିବା ତାଙ୍କ ପାଇଁ ବହୁତ କଷ୍ଟକର। ଏସବୁ ସତ୍ତ୍ୱେ ବି ସେ କେବେ ହେଲେ ଘରେ ବସି ନାହାନ୍ତି। ପେଟ ପୋଷିବା ପାଇଁ ପ୍ରତ୍ୟେକ ଦିନ ୩୦ କି.ମି. ସାଇକେଲ ଚଳାଇ ଘର ଘର, ଦୋକାନ ବଜାର ବୁଲି ଖବରକାଗଜ ବାଣ୍ଟନ୍ତି। ତାଙ୍କର ଦୁଃଖ କହିଲେ ନସରେ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ରୀନାଙ୍କ ବାହାଘର ମଧ୍ୟ ହୋଇଥିଲା। ରୀନାଙ୍କ ବାପା ଭାବିଥିଲେ ଝିଅର ବାହାଘର ପରେ ଝିଅ ତାର ସ୍ୱାମୀ ଓ ଶାଶୁଘର ଲୋକଙ୍କ ସହିତ ଭଲରେ ରହିବ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ବିବାହର କିଛି ଦିନ ପରେ ଭୁଲ୍‌ ବୁଝାମଣାରୁ ରୀନାଙ୍କ ସ୍ୱାମୀ ତାଙ୍କ ହାତ ଛାଡ଼ି ଦେଇଥିଲେ। ଏହାପରେ ରୀନା ନିଜ ଘରକୁ ଚାଲି ଆସିଥିଲେ। ପରିବାର ଲୋକଙ୍କ ଉପରେ ବୋଝ ହେବାକୁ ସେ ଚାହୁଁ ନଥିଲେ ଓ ନିଜ ଗୋଡ଼ରେ ନିଜେ ଠିଆ ହେବାପାଇଁ ସେ ନିଷ୍ପତ୍ତି ନେଇଥିଲେ। ଶେଷରେ ଲୋକଙ୍କ ନିକଟରେ ଖବରକାଗଜ ପହଞ୍ଚାଇବା କାର୍ଯ୍ୟ କରିବାକୁ ସେ ନିଷ୍ପତ୍ତି ନେଇଥିଲେ। ସାଇକେଲ୍‌ରେ ଅଳ୍ପ କିଛି ଖବରକାଗଜ ଧରି ସେ କାମ ଆରମ୍ଭ କରିଥିଲେ। ଏବେ ସେ ୩ ଶହରୁ ଅଧିକ ପାଠକଙ୍କ ନିକଟରେ ଖବରକାଗଜ ପହଞ୍ଚାଉଛନ୍ତି।

ସକାଳୁ ସାଇକେଲଟିଏ ରୀନା ଘରୁୁ ବାହାରି ପଡନ୍ତି ପେପର ପଏଣ୍ଟକୁ। ସେଠାରେ ଖବରକାଗଜ ନେଇ ଲୋକଙ୍କ ନିକଟରେ ଏହାକୁ ପହଞ୍ଚାନ୍ତି। ଦିନ ୧୧ଟା ସମୟରେ ଘରକୁ ଫେରନ୍ତି। ଘରକୁ ଫେରିବା ପରେ ରୋଷେଇ କରିବା ସହିତ ଘରର ସମସ୍ତ କାର୍ଯ୍ୟ କରନ୍ତି। ପ୍ରତ୍ୟେକ ଦିନ ୨ ଶହରୁ ୩ ଶହ ଟଙ୍କା ତାଙ୍କର ଲାଭ ହୋଇଥାଏ। ସନ୍ଧ୍ୟା ସମୟରେ ସେ ଘର ପାଖରେ ଥିବା ଏକ ଦୋକାନରେ କାମ କରନ୍ତି। ସେଥିରୁ ମଧ୍ୟ ତାଙ୍କର କିଛି ରୋଜଗାର ହୋଇଥାଏ।

ଆଜିର ଦୁନିଆରେ ମହିଳାମାନେ ନିଜକୁ ଅସହାୟ ମନେ କରୁଥିବା ବେଳେ ରୀନା କେବେ ହେଲେ ନିଜକୁ ଅସହାୟ ମନେ କରନ୍ତି ନାହିଁ। ଖବରକାଗଜ ବିକି ପର ଦୋକାନରେ କାମ କରି ସେ ଯାହା କିଛଇ ରୋଜଗାର କରୁଛନ୍ତି ସେଥିରେ ରୀନା ବହୁତ ଖୁସି।

Other Stories

  • Delivery Boy
    Delivery Boy ପୋଲିସ୍ ସାଜିଲା ଡେଲିଭରି ବୟ

    ଆମେରିକାରେ ରହୁଥିବା ଜଣେ ମହିଳା ନିଜ ପାଇଁ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିଥିଲେ। ଯେତେବେଳେ ସେ ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ ସେତେବେଳେ ଜଣେ ପୋଲିସ ଅଧିକାରୀ ତାଙ୍କ ଘରର କବାଟ ବାଡେଇଥିଲେ ।

  • PMAY
    Odisha ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି !

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍ । ଏମିତିକି ଏହି ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ଆସନ୍ତା ୭ରୁ ୯ ଯାଏଁ ଆନ୍ଦୋଳନ କରିବାକୁ ଦଳ...

  • COWIN
    Co Win ୫୦ ଦେଶ କୋ-ୱିନ୍‌ ଆପ୍‌ ବ୍ୟବହାର କରିବାକୁ ଆଗ୍ରହୀ

    ନୂଆଦିଲ୍ଲୀ: ଭାରତର କରୋନା ବିରୋଧୀ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଟିକା । ଆଉ ଏହି ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନର ମେରୁଦଣ୍ଡ କୋ-ଓ୍ୱିନ୍ ଟିକା । ଉପଲବ୍ଧତା ଯାଞ୍ଚ ହେଉ, ସ୍ଲଟ୍ ବୁକିଂ ଅବା ରେଜିଷ୍ଟ୍ରେନ୍ କିମ୍ବା...

  • Small-girl
    Odisha ମା‘ ଭାଇର ଜୀବନ ବଞ୍ଚେଇ ଦେଲା କୁନି ଝିଅ

    ମୁରାଦାବାଦ୍‌: ଯେଉଁ ବୟସରେ ଚାଲି ଶିଖିବା କଥା ସେ ବୟସରେ ସେ ମାଆ ପାଇଁ ସାହାରା ହେଲା । ଅଜଣା ରାସ୍ତାରେ ମାଆ, ଭାଇ ପାଇଁ ଖୋଜି ଆଣିଲା ଉଦ୍ଧାରକାରୀ ଟିମ୍ । ଷ୍ଟେସନ୍‌ରେ ଅଚେତ୍ ଅବସ୍ଥାରେ...