ଡାକ୍ତରଙ୍କ କଳିରୁ ରୋଗୀ ମୃତ୍ୟୁ ଘଟଣା

ଦୁଇ ଡାକ୍ତରଙ୍କ ନାଁରେ ମାମଲା ରୁଜୁ

ଢେଙ୍କାନାଳ : ଢେଙ୍କାନାଳ ଡାକ୍ତରଙ୍କ କଳିରୁ ରୋଗୀ ମୃତ୍ୟୁ ଘଟଣାରେ ଟାଉନ ଥାନାରେ ମାମଲା ରୁଜୁ କରିଛି ପୁଲିସ। ମୃତକଙ୍କ ଭାଇ ଏତଲା ଦେବା ପରେ ମାମଲା ରୁଜୁ କରାଯାଇଥିବା ପୁଲିସ କହିଛି। ଦୁଇ ଡାକ୍ତର ହେଲେ ବନୋଜ ଦାସ ଓ ସଂଜ୍ଞାନ ଦାସ।

ଗତକାଲି ଏହି ଦୁଇ ଡାକ୍ତରଙ୍କ କଳିରୁ ଗଁଦିଅା ଗୁଣ୍ଡୁରାପଶିର ଜଣେ ଯୁବକ ତୈଲୋକ୍ୟ ସାହୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ରୋଗୀ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡାକ୍ତର ଦୁଇ ଜଣ ଅଫିସ ଭିତରକୁ ଯାଇ କିଏ ଚିକିତ୍ସା କରିବ ନିଷ୍ପତ୍ତି ନେଇ ଫେରିବା ବେଳକୁ ରୋଗୀଙ୍କ ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକେ କହିଥିଲେ। ଏହି ଘଟଣାରେ ଢେଙ୍କାନାଳ ସିଡିଏମ୍ଓଙ୍କୁ ମଧ୍ୟ ରିପୋର୍ଟ ମାଗିଛନ୍ତି ADM।

You might also like