୬ ଟି ଜେସିବିକୁ ଜାଳିଦେଲେ ଦୁର୍ବୃତ୍ତ
ଢେଙ୍କାନାଳ କାମାକ୍ଷାନଗରରେ ଦୁବୃର୍ତ୍ତଙ୍କ ଉନ୍ମକ୍ତକାଣ୍ଡ।
ଢେଙ୍କାନାଳ: ଢେଙ୍କାନାଳ କାମାକ୍ଷାନଗରରେ ଦୁବୃର୍ତ୍ତଙ୍କ ଉନ୍ମକ୍ତକାଣ୍ଡ। ଜାଳିଦେଲେ ୬ଟି ଜେସିବି। ମିଳିଥିବା ସୂଚନା ଅନୁସାରେ, କାମାକ୍ଷାନଗର ଅଁଳାବେରଡ଼ି OTPCL କ୍ୟାମ୍ପ୍ ଅଫିସରେ ୬ଟି ଜେସିବିକୁ ଜାଳି ଦେଇଛନ୍ତି କେହି ଦୁର୍ବୃତ୍ତ।
ଗତକାଲି ରାତିରେ କିଛି ଦୁବୃର୍ତ୍ତ ପ୍ଲାଟ୍ ପରିସରରେ ପଶି ଏଭଳି ତୁମୁଳକାଣ୍ଡ ଭିଆଇଛନ୍ତି। ହେଲେ କାହିଁକି ଓ କିଭଳି ଏହି ଘଟଣା ଘଟିଲା ସେ ନେଇ କୌଣସି ସୂଚନା ମିଳିପାରିନି।ତେବେ ଏହି ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଯାଇଥିବା ନେଇ ସୂଚନା ମିଳିଛି।