ଭୁବନେଶ୍ୱର: ଢେଙ୍କାନାଳରୁ ଚିହ୍ନଟ କରୋନା ରୋଗୀଙ୍କ ସହ ଦିଲ୍ଲୀ ନିଜାମୁଦ୍ଦିନ ଲିଙ୍କ ମିଳଛି। ସେ ବାହାରକୁ ଯାଇନଥିଲେ ହେଲେ ନିଜାମୁଦ୍ଦିନରୁ ଫେରିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ।
ଏହାପରେ ମାର୍ଚ୍ଚ ୧୮ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ସେ ତାଙ୍କ ଘରେ ରହିଥିଲେ। ଏପ୍ରିଲ ୩ ତାରିଖରେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା।
ତାଙ୍କଠାରେ ଲକ୍ଷଣ ଜଣାପଡ଼ିନଥିଲେ ବି ତାଙ୍କୁ ସର୍ଭିଲାନ୍ସରେ ରଖାଯାଇଥିଲା। ୮ ତାରିଖରେ ତାଙ୍କ ସାମ୍ପୁଲ ଟେଷ୍ଟ ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା। ଏହାପରେ ଗତକାଲି କଟକର ଅଶ୍ୱିନୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।
ଆଜି ଚିହ୍ନଟ ହୋଇଥିବା ୨ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳର ଜଣେ ମହିଳା ଥିଲେ। ତାଙ୍କର ବୟସ ୫୧ ବର୍ଷ ବୋଲି ଜଣାପଡ଼ିଛି। ମହିଳାଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ତେବେ ସେ ବାହାରୁ ଆସିଥିବା ଧର୍ମ ପ୍ରଚାରକଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାପଡ଼ିଛି।
ସଂପୃକ୍ତ ମହିଳାଙ୍କ ସହ ୧୫ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ କେବଳ ଏହି ମହିଳାଙ୍କ ନମୁନା ପଜିଟିଭ୍ ଆସିଥିଲା ବୋଲି ଜିଲ୍ଲାପାଳ କହିଛନ୍ତି।