ଢେଙ୍କାନାଳ ଡଙ୍ଗାବୁଡ଼ି ଘଟଣାରେ ମିଳିଲା ଆଉ ଜଣଙ୍କ ମୃତଦେହ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ ): ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ରୋଡ ଗାଁର ରମେଶ ସାହୁ ।

୩ଦିନ ତଳେ ଗୋଟେ ହୁଲି ଡଙ୍ଗାରେ ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁର ଘାଟକୁ ଯାଉଥିବାବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା। ଏହି ଘଟଣାରେ ୪ଜଣ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ତେବେ ଗତକାଲି କୁନ୍ଦନଦେଇପୁରର ବାପୁନି ଆଚାର୍ଯ୍ୟଙ୍କ ମୃତହେଦ ଉଦ୍ଧାର କରାଯାଇଥିବା ବେଳେ ଆଜି ରମେଶଙ୍କ ଶବକୁ ଉଦ୍ଧାର କରାଯାଇଛି। ଏବେ ବି ଆହୁରି ୨ଜଣ ନିଖୋଜ ଅଛନ୍ତି। ନିଖୋଜଦ୍ୱୟ ହେଲେ ପରଜଙ୍ଗ ଥାନା ଅନ୍ତର୍ଗତ ରୋଡ ଗାଁର ସୁଶାନ୍ତ ସାହୁ ଓ ଲୁଲୁ ସାହୁ।

ସୂଚନାଯୋଗ୍ୟ, ଗତ ଶନିବାର ରାତି ପ୍ରାୟ ୮ଟା ବେଳେ ବ୍ରାହ୍ଣଣୀ ନଦୀର ଖଡ଼ଗପ୍ରସାଦ ଘାଟରୁ ଏକ ହୁଲି ଡଙ୍ଗାରେ ବିପଦସଙ୍କୁଳ ଅବସ୍ଥାରେ ଦୁଇ ନାଉରିଆ ଏବଂ ସାତ ଜଣ ଯାତ୍ରୀ ମୋଟ ୯ ଜଣ ନଦୀ ପାର ହେଉଥିଲେ। ହେଲେ ମଝି ନଈରେ ଡଙ୍ଗାଟି ବୁଡ଼ି ଯାଇଥିଲା।  ପାଞ୍ଚ ଜଣ ପହଁରି ପହଁରି ରାତିରେ କୂଳରେ ଲାଗିଥିବା ବେଳେ ୪ ଜଣ ନିଖୋଜ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

You might also like