• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଢେଙ୍କାନାଳ : ବଳରାମପୁର ଗଛ କଟା ପଛରେ କାହାର ହାତ ? କାହା ଚାପରେ କଟାଗଲା ଗଛ। ଏହାକୁ ନେଇ ଅାଜି ବିଧାନସଭାରେ ହୋଇଥିଲା ତୁମ୍ବିତୋଫାନ୍। ମଦ ଫାକ୍ଟ୍ରି ପାଇଁ ରାତି ଅଧିଅା ଶହ ଶହ ଗଛକଟା ପଛରେ କମ୍ପାନୀ-ଅଫିସର-ଜଙ୍ଗଲ ବିଭାଗ ଓ ଇଡ୍‌କୋର ମଧୁଚନ୍ଦ୍ରିକା ଥିବା ଅଭିଯୋଗ ଅାଣି ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିରୋଧୀ।

ମଦ କମ୍ପାନୀର ସ୍ୱାର୍ଥ ପାଇଁ ଜିଲ୍ଲା ପ୍ରଶାସନ ପ୍ରୋତ୍ସାହନରେ ଗଛକଟା ଶୀର୍ଷକ ମୁଲତବୀ ଅାଲୋଚନାରେ ଭାଗ ନେଇ ବିରୋଧୀଦଳ ନେତା ସିଧାସଳଖ ସରକାରଙ୍କୁ ଜଙ୍ଗଲର ସଜ୍ଞା ଦେଇ ପାଠ ପଢ଼ାଇଥିଲେ। ସେହିପରି ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବଳରାମପୁରରେ ପ୍ରସ୍ତାବିତ ବଟଲିଂ ପ୍ଲାଣ୍ଟ ଶାସକ ଦଳର ଜଣେ ବରିଷ୍ଠ ନେତା ଓ ଅାଇଏଏସ୍ ଅଫିସରଙ୍କ ସମ୍ପର୍କୀୟ ଏହା ପଛରେ ନାହାଁନ୍ତି ତ ବୋଲି ପ୍ରଶ୍ନ କରିବା ସହ ଗଛ କାଟିବାକୁ ତୃତୀୟ ମହଲାରୁ ଫୋନ୍ ଅାସିନାହିଁ କି ବୋଲି ଜାଣିବାକୁ ଚାହିଁଥିଲେ।

ସେହିପରି ବିଜେପି ବିଧାୟକଦଳନେତା କନକ ବର୍ଦ୍ଧନ ସିଂଦେଓ ମଧ୍ୟ ତୃତୀୟ ମହଲା ଇଙ୍ଗିତରେ ଏଭଳି ହୋଇନାହିଁ କି ବୋଲି ପ୍ରଶ୍ନ କରିବା ସହ ଅାର୍‌ଡିସି ଏଥିରେ ପକ୍ଷଭୁକ୍ତ ଥିବାରୁ ପୁରା ଘଟଣାର ତଦନ୍ତ ନିରପେକ୍ଷ ସଂସ୍ଥା ଦ୍ୱାରା କରାଇବାକୁ ଦାବି କରିଥିଲେ। ତେଣେ ଜବାବ ରଖି ଜଙ୍ଗଲ ଓ ପରିବେଶମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଥିଲେ ରାଜସ୍ୱ ବିଭାଗରୁ ଜମି ନେଇ ଇଡ୍‌କୋ ପକ୍ଷରୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ କରାଯାଇଛି। ଏଥିରୁ ୧୨.୦୫ ଏକର ଜମିରେ ବିଅର ପ୍ଲାଣ୍ଟ ବସାଇବାକୁ ଇଡ୍‌କୋ ଅନୁମତି ଦେଇଛି। ତେବେ ସେ ଜମି ପତିତ କିସମର, ଜଙ୍ଗଲର ନୁହେଁ ତେଣୁ ଏଥିଲାଗି ଜଙ୍ଗଲ ବିଭାଗର ଅନୁମତି ଦରକାର ନଥିଲା।

ସେପଟେ ଗଛକଟା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଅାସିଥିବା ଲୋକ ସବୁ କିଏ ବୋଲି ପ୍ରଶ୍ନ କରିଛନ୍ତି ଖୋଦ୍ ବଳରାମପୁର ବାସିନ୍ଦା। ଯେହେତୁ ଗତ ୧୭ତାରିଖ ଦିନ ଏଠାକାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଗଣମାଧ୍ୟମ ଜରିଅାରେ କୃତଜ୍ଞତା ଜଣାଇ ସାରିଛନ୍ତି, ତେଣୁ ଅାଉ ତାଙ୍କ ପାଖକୁ ଯିବାର ଅାବଶ୍ୟକତା କଣ ବୋଲି ପ୍ରଶ୍ନ କରିଛନ୍ତି।

ତାସହ ଏଭଳି ପ୍ରାୟୋଜିତ କାର୍ଯ୍ୟକ୍ରମ କରି ବଳରାମପୁର ଗାଁ ଲୋକଙ୍କୁ ନିନ୍ଦିତ କରିବାର ଅପଚେଷ୍ଟାରୁ ନିବୃତ ରହିବାକୁ ଜିଲ୍ଲାର ଶାସକଦଳ ନେତାଙ୍କୁ ବି ଅନୁରୋଧ କହିଛନ୍ତି।

Dhenkanal-balarampur-tree-cutting-issue-in-odisha-assembly
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories