ଭୁବନେଶ୍ୱର: ୧୫ଶହ ଟଙ୍କା ଲାଞ୍ଚ ନେବାବେଳେ ଧଉଳି ଥାନା ASI ତୋଫାନ୍ ଗୁରୁ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।
ଏକ ମାମଲାକୁ ରଫାଦଫା ପାଇଁ ସେ ୧,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଯାଇଥିଲେ।
ସୂଚନାଥାଉ କି, ବାଲି ପକାଇବାକୁ କେନ୍ଦ୍ର କରି ଥାନାରେ ଏକ ମାମଲା ହୋଇଥିଲା। ଏହି ମାମଲାକୁ ରଫାଦଫା କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ସେ ୧,୫୦୦ ଟଙ୍କା ଲାଞ୍ଚ ନେଉଥିଲେ। ହେଲେ ଏହି ସମୟରେ ସେ ଭିଜିଲାନ୍ସ ହାତରେ ଧରା ପଡ଼ିଯାଇଥିଲେ। ଭିଜିଳାନ୍ସ ଏହି ଟଙ୍କାକୁ ଜବତ କରିବା ସହ ASI ତୋଫାନ୍ ଗୁରୁଙ୍କୁ ଗିରଫ କରିଛନ୍ତି।