ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଆଶ୍ୱସ୍ତ କରିଛି-ଧର୍ମେନ୍ଦ୍ର

ଭୁବନେଶ୍ୱର: ଲକଡାଉନରେ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ସହ କରୋନା ମହାମାରୀର ସଠିକ୍ ମୁକାବିଲା ପାଇଁ ଶଙ୍କରାଚାର୍ଯ୍ୟ ଦେଇଥିବା ପରାମର୍ଶ ଆଶ୍ୱସ୍ତ କରିଥିବା କହିଛନ୍ତି ଧର୍ମେନ୍ଦ୍ର ।

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ହିନ୍ଦୁ ସମାଜ ସହ ସାଢେ ୪କୋଟି ଓଡ଼ିଆଙ୍କୁ ଆଶ୍ୱସ୍ତ କରିଛି । ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କ ପରାମର୍ଶ ଅଧାରରେ ଶ୍ରୀମନ୍ଦିର ପରିଚାଳନା କମିଟି, ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ମହାପ୍ରଭୁଙ୍କ ନୀତିକାନ୍ତି ରକ୍ଷା କରିବେ ବୋଲି ଟ୍ୱିଟ୍ କରିଛନ୍ତି ଧର୍ମେନ୍ଦ୍ର ।

ସୂଚନାଥାଉ କି, ଚଳିତ ବର୍ଷ ଶ୍ରୀମନ୍ଦିର ପରିସରରେ ଅକ୍ଷୟ ତୃତୀୟା ହେବ । ସେହିପରି ଚନ୍ଦନ ଯାତ୍ରା ବି ଶ୍ରୀମନ୍ଦିର ପରିସରରେ ହେବ। ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ପରେ ଗଜପତି ସୂଚନା ଦେଇଛନ୍ତି। ବିଧି ରକ୍ଷା ହେଉ ବୋଲି ଗୋବର୍ଦ୍ଧନ ମଠର ପୀଠାଧିଶ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି। ଆସନ୍ତା ୨୬ ତାରିଖଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହି ପରୀପ୍ରେକ୍ଷୀରେ ଶଙ୍କରାଚାର୍ଯ୍ୟଙ୍କ ସହ ଗଜପତି ଓ  ଶ୍ରୀମନ୍ଦିର ପରିଚାଳନା କମିଟି ଆଲୋଚନା କରିଥିଲେ। ଶ୍ରୀମନ୍ଦିରରେ ଆଗାମୀ ପୂଜାବିଧି ନେଇ ଆଲୋଚନା ହୋଇଥିଲା। ଅନେକ ଆଲୋଚନା ପରେ ଚନ୍ଦନ ଯାତ୍ରା ନେଇ ନିଷ୍କର୍ସ ବାହାରିଥିଲା।

You might also like