ଶିକ୍ଷକଙ୍କ ଅାନ୍ଦୋଳନ ସ୍ଥଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜଧାନୀରେ ଶିକ୍ଷକଙ୍କ ଅାନ୍ଦୋଳନ ସ୍ଥଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆନ୍ଦୋଳନରତ ଶିକ୍ଷକଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରିବାକୁ ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି। ଶିକ୍ଷକଙ୍କ ଅାନ୍ଦୋଳନ ଯୋଗୁଁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ମଧ୍ୟ ସେ ଚିନ୍ତାପ୍ରକାଶ କରିଛନ୍ତି। ୨୩ ଦିନ ଧରି ଜାରି ରହିଛି ବ୍ଲକ୍‌ଗ୍ରାଣ୍ଟ୍ ଶିକ୍ଷକ ସଂଘର ଅାନ୍ଦୋଳନ। ଏହି କାରଣରୁ ରାଜ୍ୟର ସବୁ ବ୍ଲକ୍‌ଗ୍ରାଣ୍ଟ୍ ସ୍କୁଲ, କଲେଜ ସହ ପ୍ରାଥମିକ ସ୍କୁଲରେ ଶିକ୍ଷାଦାନ ଠପ୍ ହୋଇପଡ଼ିଛି। ଶିକ୍ଷକ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ଅହୋରାତ୍ର ଧାରଣା ଦିଅାଯାଉଛି।

ଏହାଛଡ଼ା ସମସ୍ତ ୩୧୪ ବ୍ଳକ୍‌ ଅଫିସ୍ ସମ୍ମୁଖରେ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ରାଜ୍ୟର ପ୍ରାୟ ୪ହଜାର ବ୍ଲକ୍ ଗ୍ରାଣ୍ଟ ସ୍କୁଲ୍ ଓ ୧୧ ଶହ ଜୁନିୟର ଏବଂ ଡିଗ୍ରୀ କଲେଜରେ ତାଲା ପଡିଛି।  ଏସବୁ ସତ୍ତ୍ୱେ ଶିକ୍ଷକଙ୍କ ଦାବି ନେଇ କୌଣସି ସମାଧାନର ସୂତ୍ର ବାହାରି ପାରିନି।

ସେପଟେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ରଖି ବିଜେଡି ବିଧାୟକ ଦେବାଶିଷ ନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀ ସମସ୍ୟାର ସମାଧାନ ଲାଗି ଉଦ୍ୟମ ଚଳାଇଛନ୍ତି। ଧର୍ମେନ୍ଦ୍ର ଓଡ଼ିଶା ବ୍ୟାପାରରେ ମୁଁଣ୍ଡ ଖେଳାନ୍ତୁ ନାହିଁ।

 

You might also like