• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଗଞ୍ଜାମ  : ସୂର୍ଯ୍ୟଙ୍କ ଗଡ଼ରେ ଗୋହି ଖୋଳିଲେ ଧର୍ମେନ୍ଦ୍ର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଆଜି ଜନପରାମର୍ଶ ଯାତ୍ରାରେ ଯୋଗ ଦେଇ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗୋହି ଖୋଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚିଟ୍‌ଫଣ୍ଡ୍ ଦୁର୍ନୀତି ମାମଲାରେ ସୂର୍ଯ୍ୟ ଏବଂ ତାଙ୍କ ପୁଅଙ୍କୁ ସିବିଆଇ ଡାକିଥିଲା କି ନାହିଁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର।

ତାସହ ଏଲ୍‌ପିଜି ସବ୍‌ସିଡି ମିଳୁନଥିବା ନେଇ ସୂର୍ଯ୍ୟଙ୍କ ଅଭିଯୋଗର କଡ଼ାଗଣ୍ଡା ଜବାବ ବି ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଗତ ଏପ୍ରିଲରୁ ଏଯାବତ୍ ମନ୍ତ୍ରୀଙ୍କ ଘରକୁ ୫ଟି ସିଲିଣ୍ଡର ଯାଇଛି। ଆଉ ମନ୍ତ୍ରୀଙ୍କୁ ଏ ବାବଦରେ ୧ ହଜାର ୮୫୦ ଟଙ୍କାର ସବସିଡି ମିଳିଛି।

ସେପଟେ ଧର୍ମେନ୍ଦ୍ରଙ୍କୁ ଜବାବ ଦେଇ ସୂର୍ଯ୍ୟ ପାତ୍ର କହିଛନ୍ତି ତାଙ୍କୁ ଓ ତାଙ୍କ ପୁଅଙ୍କୁ ସିବିଆଇ ଡାକିବା ଦୂରେ ଥାଉ କଥା ବି ହୋଇନାହାନ୍ତି। ସେହିଭଳି ଏଲ୍‌ପିଜି ଗ୍ୟାସ୍ ସବ୍‌ସିଡି ପ୍ରସଙ୍ଗରେ ସୂର୍ଯ୍ୟ କହିଛନ୍ତି ପରିବାର ପାଇଁ ଯେମିତି ସମସ୍ତେ ନେଉଛନ୍ତି, ସେ ବି ସେମିତି ଗ୍ୟାସ୍ ନେଉଛନ୍ତି। ସବ୍‌ସିଡି ପାଉଥିବା ନେଇ କେନ୍ଦ୍ରମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ତାହା ଭୁଲ୍।

https://youtu.be/gy1FAsSVSnk

Dharmendra-target-surya-patra-in-ganjam-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories