ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରକୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ତେଲ ଦର ନିୟନ୍ତ୍ରଣ ପାଇଁ ଟିକସ କମାଇବାକୁ ରାଜ୍ୟ ସରକାରକୁ ପରାମର୍ଶ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଅନ୍ୟ କେତେକ ରାଜ୍ୟ ଟିକସ କମାଇ ସାରିଥିବାବେଳେ ଓଡିଶା ସରକାର ପଦକ୍ଷେପ ନେବା ଅାବଶ୍ୟକ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ସେ କହିଛନ୍ତି ୨୦୧୪ରେ ତେଲରୁ ୩ ହଜାର କୋଟିରୁ କମ୍ ଟିକସ ପାଉଥିବାବେଳେ ଏବେ ୭ ହଜାର ଟିକସ ପାଉଛି ରାଜ୍ୟ । ତେଣୁ ଟିକସ କମାଇବା ଦାୟିତ୍ୱ ରାଜ୍ୟର।

ସେହିପରି ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷି ଧର୍ମେନ୍ଦ୍ର କହିଛନ୍ତି ନବୀନ ଦୁର୍ନୀତି ରୋକିବାକୁ କେବେ ସିରିୟସ ନଥିଲେ। ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ପ୍ରୋତ୍ସାହିତ କରିବାରେ ସେ ମୁଖ୍ୟ ନାୟକ। ଯେଉଁମାନଙ୍କୁ ନବୀନ ବହିଷ୍କାର କରିଥିଲେ ସେମାନେ ଅାଜି ମୁଖ୍ୟ ସହଯୋଗୀ।

You might also like