ମହିଳା ସଂରକ୍ଷଣ ଦାବି ପ୍ରସଙ୍ଗକୁ ନେଇ ବିଜେଡି ରାଜନୀତି କରୁଛି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ଲାଗି ଦାବି କରୁଥିବା ବିଜେଡି ରାଜନୀତି କରୁଛି। ଯେଉଁ ରାଜ୍ୟରେ ମହିଳାଙ୍କୁ ଅଧିକ ନିର୍ଯ୍ୟାତନାର ଶିକାର ହେବାକୁ ପଡୁଛି, ସେ ସରକାର ମହିଳାଙ୍କ ନାଁରେ ଅାଣୁଥିବା ବିଲ୍ ଏକ ପ୍ରହସନ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହା ରାଜ୍ୟ ସରକାରଙ୍କ ଏକ ରାଜନୈତିକ ଚାଲ୍। ସରକାର ମହିଳା ବିଲ୍‌କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସେ କହିଛନ୍ତି।

You might also like