ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖୋର୍ଦ୍ଧାରେ ପ୍ରସ୍ତାବିତ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଜମି ଯୋଗାଣ ନେଇ ଚିଠି ଲେଖାଯାଇଛି। ଜମି ହସ୍ତାନ୍ତରଣରେ ଅସହଯୋଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର।

‘ଲୋକଙ୍କ ସ୍ୱାର୍ଥ ତଥା ଅର୍ଥନୀତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ’। ଜମି ହସ୍ତାନ୍ତର ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ପରିବେଶ ମଞ୍ଜୁରୀ ସହ ଟେଣ୍ଡର ସରିଛି, ଜମି ମିଳିଲେ ପ୍ରକଳ୍ପ କାମ ହେବ, ଚିଠିରେ ଉଲ୍ଲେଖ କରାଯାଇଛି।

ସେପଟେ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ମୁଖ୍ୟମନ୍ତ୍ରୀ ଚାହୁଁ ନାହାନ୍ତି ବୋଧେ ଓଡ଼ିଶାର ମା ଭଉଣୀମାନେ ଗ୍ୟାସ୍‌ରେ ରୋଷେଇ କରନ୍ତୁ। ଆଇଓସିଏଲ୍ ଟଙ୍କା ପୈଠ ପରେ ରାଜ୍ୟ ସରକାର ଜମି ନଦେବା ଦୁର୍ଭାଗ୍ୟଜନକ ବୋଲି ସମୀର ମହାନ୍ତି କହିଛନ୍ତି।

You might also like