ଝାରସୁଗୁଡ଼ା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଭୁବନେଶ୍ୱର: ଝାରସୁଗୁଡ଼ା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଚିଠି ମାଧ୍ୟମରେ ହରଦୀପ ସିଂଙ୍କୁ ଧର୍ମେନ୍ଦ୍ର ପ୍ରଧାନ ନିବେଦନ କରିଛନ୍ତି।

ଝାରସୁଗୁଡ଼ା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବା ପାଇଁ ପଶ୍ଚିମ ଓଡ଼ିଶାବାସୀଙ୍କ ଦାବି ରହିଥିବା ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି।

କେନ୍ଦ୍ର ସରକାରଙ୍କ ‘ଉଡାନ୍‌’ ଯୋଜନା ସାଧାରଣ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିଛି। ପୂର୍ବରୁ ସ୍ପାଇସ୍‌ଜେଟ୍ ପକ୍ଷରୁ ଝାରସୁଗୁଡ଼ାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ସିଧାସଳଖ ବିମାନ ଚଳାଚଳ ସଫଳ ହୋଇଥିଲା।

You might also like