ଲକ୍ଷ୍ମୀଧରଙ୍କ ଘରେ କେନ୍ଦ୍ରମନ୍ତ୍ରୀ

'ଲକ୍ଷ୍ମୀଧରଙ୍କ ସହ ଘଟିଥିବା ଘଟଣା ସଭ୍ୟ ସମାଜ ପାଇଁ ଲଜ୍ଜା'

ଖୋର୍ଦ୍ଧା : ଆଜି ସଂଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୃତ ଲକ୍ଷ୍ମୀଧରଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ। ଲକ୍ଷ୍ମୀଧରଙ୍କ ଆତ୍ମହତ୍ୟା ଘଟଣାରେ କଡ଼ା ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି ଏହା ସରକାରୀ ପ୍ରାୟୋଜିତ ହତ୍ୟା।

ପ୍ରଧାନମନ୍ତ୍ରୀ ଆବାସ ପାଇଁ ଲକ୍ଷ୍ମୀଧରଙ୍କ ସହ ଘଟିଥିବା ଘଟଣା ସଭ୍ୟ ସମାଜ ପାଇଁ ଲଜ୍ଜା। ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ସଂପୂର୍ଣ୍ଣ ସତ୍ୟ ବୋଲି ମାନିବାକୁ ପଡ଼ିବ କହିଛନ୍ତି ଧର୍ମେନ୍ଦ୍ର।

ଧର୍ମେନ୍ଦ୍ରଙ୍କ ସହ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ବି ଲକ୍ଷ୍ମୀଧରଙ୍କ ଗାଁକୁ ଯାଇଥିଲେ। ଅନ୍ୟପଟେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ।

ଏହାସହ ମଧ୍ୟ ପଢ଼ନ୍ତୁ : ଲାଞ୍ଚ ନଦେବାରୁ ମିଳିପାରିଲାନି ସହାୟତା, ଶେଷରେ ନିରାଶ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ

You might also like