ସାନିଟାରୀ ନାପକିନ୍ ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ୱର: ଉଜ୍ଜ୍ୱଳା ଯୋଜନାରେ ସାନିଟାରୀ ନାପକିନ୍ ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି।

ପ୍ରାରମ୍ଭିକ ପର୍ଯ୍ୟାୟରେ ଆଜିଠାରୁ ଶହେଟି ପ୍ରସ୍ତୁତ କେନ୍ଦ୍ର ଆରମ୍ଭ ହୋଇଛି। ଏଥିପାଇଁ ପ୍ରତ୍ୟେକ ୟୁନିଟରେ ୧୦ ଜଣ ଯୁବତୀଙ୍କୁ ନିଯୁକ୍ତିର ବ୍ୟବସ୍ଥା କରାଯିବ। ଆଗାମୀ ଦିନରେ ମୋଟ ୫ ଶହଟି କେନ୍ଦ୍ରରେ ୫ ହଜାର ଯୁବତୀ ଏହାର ନିଯୁକ୍ତ ହେବେ।

ଏଥିପାଇଁ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ଓଡ଼ିଶାର ମହିଳାମାନଙ୍କ ସ୍ୱାସ୍ଥ୍ୟ, ସ୍ୱରୋଜଗାର ଓ ସଶକ୍ତିକରଣ ପାଇଁ ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି ଧମେନ୍ଦ୍ର କହିଛନ୍ତି। ଏଥିସହିତ ସେ ରାଦ୍ୟ ସରକାରଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି। ରାଜ୍ୟ ସରକାର, ଈର୍ଷାନ୍ୱିତ ନ ହୋଇ ଉଜ୍ଜ୍ୱଳା ଯୋଜନାରେ ମହିଳାଙ୍କୁ ସାମିଲ କରି ସଶକ୍ତ କରନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

 

You might also like