• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ‌ ସାମ୍ପଲ ରିପୋର୍ଟ ପଜିଟିଭ ଆସିଛି। ପରେ ଧର୍ମେନ୍ଦ୍ରଙ୍କୁ ହରିୟାନାର ମେଦାନ୍ତ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। କରୋନା ନେଇ ସ୍ପଷ୍ଟ କଲେ ନିଜେ ଧର୍ମେନ୍ଦ୍ର। ଏନେଇ ନିଜେ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ସୂଚନା ଦେଇଛନ୍ତି।

ସେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, କୋଭିଡ଼ ଲକ୍ଷଣ ଦେଖିଲା ପରେ ମୁଁ ଟେଷ୍ଟ କରାଇଥିଲି। ଟେଷ୍ଟରେ ମୋର ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ମୁଁ ଏବେ ସୁସ୍ଥ ଅଛି ବୋଲି ଟ୍ୱିଟ୍ ଜରିଆରେ ଜଣାଇଛନ୍ତି ଧର୍ମେନ୍ଦ୍ର।

୫୧ ବର୍ଷୀୟ ଧର୍ମେନ୍ଦ୍ର ଦ୍ୱିତୀୟ କେନ୍ଦ୍ରମନ୍ତ୍ରୀଭାବେ କରୋନା ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ଗୃହ ମନ୍ତ୍ରୀ ଅମିତ ଶାହା କରୋନାରେ ଆକ୍ରାନ୍ତ ହୋଇଥିଲେ।


ଗତ ରବିବାର ୟୁପିର ବୈଷୟିକ ଶିକ୍ଷାମନ୍ତ୍ରୀ କମଲ ରାନୀ ଭରୁଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ୟୁପିର ଏକ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ପୂର୍ବରୁ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ୍, ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ପି.ଥାନ ଗମାନି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।

ଧର୍ମେନ୍ଦ୍ରଙ୍କ ଟ୍ୱିଟର ହ୍ୟାଣ୍ଡଲରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା, କର୍ଣ୍ଣଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Dharmendra-pradhan-tested-corona-positive
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories