• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ପୁଣି ଟାର୍ଗେଟ। ଆଜି ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଚାଷୀଙ୍କୁ କଳାକନା ବୁଲାଇଛନ୍ତି ରାଜ୍ୟ ସରକାର।

ରାଜ୍ୟର ୧୦ ଲକ୍ଷ ହେକ୍ଟର ଜମିରେ ଜଳସେଚନ ପାଇଁ ସରକାର କହିଥିବା କଥା କୁଆଡ଼େ ଗଲା ? ବନ୍ଧୁମାନେ କାଳିଆଙ୍କୁ ଓପାସ ରଖି କାଳିଆର ଆଶ୍ରୟ ନେଇଛନ୍ତି। ଭୋଟ ହାତେଇବା ଲାଗି ଏହି ଯୋଜନା କରୁଛି ଶାସକ ଦଳ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସେହିପରି କାଳିଆ ଯୋଜନାକୁ କଟାକ୍ଷ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଅଣ୍ଟିରେ ନାହିଁ ଧନ, ପୁଅ ବାହାଘର ପାଇଁ ମନ। ସେ କହିଛନ୍ତି, ବିକଳରେ ସବୁକିଛି ଘୋଷଣା କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର। ୧୮ ବର୍ଷ ତଳେ ଋଣଭାର ୧୮ ହଜାର କୋଟି ଟଙ୍କା ଥିଲା। ୧୮ ବର୍ଷରେ ଋଣଭାର ୯୩ ହଜାର କୋଟି ଟଙ୍କାରେ ପହଞ୍ଚିଲାଣି।

କାଳିଆକୁ ୧୩ ଘଣ୍ଟା ଓପାସ ରଖିଲେ, କାଳିଆ ପ୍ରତି ଦରଦ ନାହିଁ। କାଳିଆ ନାଁ ନେଇ ଲୋକଙ୍କୁ ଭୂତାଇବାକୁ ଚେଷ୍ଟା କରୁଛନ୍ତି। ସେପଟେ ବିରୋଧୀଙ୍କ ସମାଲୋଚନାର ଜବାବ ରଖିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା।  ସେ କହିଛନ୍ତି, କାଳିଆ ହେଉଛି ବାସ୍ତବଧର୍ମୀ ଯୋଜନା। ଏହାକୁ ନେଇ ବିରୋଧୀଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଅସହିଷ୍ଣୁ ହୋଇ ବିରୋଧୀ ଅପପ୍ରଚାର କରୁଛନ୍ତି।

https://youtu.be/2y_Mr1k0zVk

Dharmendra-pradhan-targets-odisha-govt-over-kalia-scheme
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories