ରାଜ୍ୟ ସରକାରଙ୍କ କାଳିଆ ଛାତ୍ରବୃତ୍ତି ଯୋଜନା ଏକ ବାହାନା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ୍ଟାମାଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କ କାଳିଆ ଛାତ୍ରବୃତ୍ତି ଯୋଜନା ଏକ ବାହାନା ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କାଳିଆ ଛାତ୍ରବୃତ୍ତି ଯୋଜନାର ଶୁଭାରମ୍ଭ କରି ରାଜ୍ୟର ଓବିସି ଓ ଚାଷୀ ପରିବାରର ପିଲାମାନଙ୍କୁ ଭଣ୍ଡାଇବା ପାଇଁ ବଡ ସ୍ୱପ୍ନ ଦେଖାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଏଥିସହ ଓବିସି ବର୍ଗର ପିଲାମାନଙ୍କ ପାଇଁ ଶିକ୍ଷା ଓ ଚାକିରିରେ ସ୍ଥାନ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଥିବା ବେଳେ ଓଡିଶାରେ କାହିଁକି ଲାଗୁ ହୋଇନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।

You might also like