ପୁରୀରେ ବିଦ୍ୟୁତ୍ ଚିନ୍ତା: ଏନ୍‌ଡିଆର୍‌ଏଫ୍‌ ଡିଜିଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ପୁରୀରେ ଉଜୁଡ଼ି ଯାଇଥିବା ବିଦ୍ୟୁତ୍‌ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏନେଇ ଏନ୍‌ଡିଆର୍‌ଏଫ୍‌ ଡିଜିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି।

ପୁରୀରେ ବିଦ୍ୟୁତ୍‌ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ଗ୍ୟାସ୍ କଟର ଏବଂ ପ୍ଲାଜ୍‌ମା କଟର ମେସିନ୍ ସହ କର୍ମଚାରୀ ନିୟୋଜିତ ହେବା ନେଇ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

You might also like