ନବୀନଙ୍କ ୯ଟି ପ୍ରଶ୍ନର ଉତ୍ତର ରଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଜି ବିଜେଡିର ୨୧ତମ ପ୍ରତିଷ୍ଠା ଦିବସରେ ମୁହାଁ ମୁହିଁ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ଖୋର୍ଦ୍ଧା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ଯେଭଳି ୯ଟି ପ୍ରଶ୍ନ ପଚାରିଥିଲେ, ତା’ର କାଉଣ୍ଟର୍ କରି ନବୀନ ବି କେନ୍ଦ୍ରକୁ ୯ଟି ପ୍ରଶ୍ନବାଣ ମାରିଛନ୍ତି।

ତେବେ ନବୀନ ପଚାରିଥିବା ପ୍ରଶ୍ନର ଜୋର୍‌ଦାର୍ ଢଙ୍ଗରେ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
‘ଜବାବ ମାଗୁଛି ଓଡ଼ିଶା ରଥଯାତ୍ରା’ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଚିଟ୍‌ଫଣ୍ଡ୍‌, ପିସି, ଭ୍ରଷ୍ଟାଚାର ଦାନବକୁ କିଏ ଦାନା ଦେଉଛି ଏହାର ଜବାବ ନବୀନ ବାବୁ ଦିଅନ୍ତୁ। ତା ସହିତ ସରୋଜ ସାହୁଙ୍କ ସହ ତାଙ୍କର ସଂପର୍କ କ’ଣ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର।

ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତ ମହିଳା ସଂରକ୍ଷଣ ପାଇଁ ଦାବି କରୁଥିବାବେଳେ ନବୀନଙ୍କ ନିଜ ମନ୍ତ୍ରିମଣ୍ଡଳରେ କେତେଜଣ ମହିଳା ମନ୍ତ୍ରୀ ଅଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।
ସେହିପରି ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିପାରିନଥିବାରୁ ପ୍ରକଳ୍ପ କାମ ଆଗେଇ ପାରୁନାହିଁ, ଉଜ୍ଜ୍ୱଳା ଯୋଜନା ଓ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ଗ୍ୟାସ୍ ସବ୍‌ସିଡି ପ୍ରସଙ୍ଗ ମଧ୍ୟ ଧର୍ମେନ୍ଦ୍ର ଉଠାଇଥିବା ବେଳେ ରାଜ୍ୟ ସରକାର ଟିକସ କମାଇନଥିବାରୁ ରାଜ୍ୟରେ ତୈଳ ଦର ଉଚ୍ଚା ରହୁଥିବା ଧର୍ମେନ୍ଦ୍ର କହିଛନ୍ତି।

You might also like