ଉଜ୍ଜ୍ୱଳା ଯୋଜନା ଓଡ଼ିଶାରେ ବିଫଳ ନୁହେଁ ସଫଳ ହୋଇଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: ଉଜ୍ଜ୍ୱଳା ଯୋଜନା ଓଡ଼ିଶାରେ ବିଫଳ ହେବା ନେଇ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଟ୍ୱିଟ୍ ଉପରେ ଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ‘‘ଖବରକାଗଜ ରିପୋର୍ଟ ଉପରେ ଲେଖାଯାଇଥିବା ଚିଠି ଭ୍ରମାତ୍ମକ। ଏଥିରେ କୌଣସି ପ୍ରମାଣ ଯୋଗ୍ୟ ତଥ୍ୟ ନାହିଁ। ଏହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର। ଉଜ୍ଜ୍ୱଳା ଲାଗୁ ହେବାର ବର୍ଷକ ମଧ୍ୟରେ ୭୦% ସିଲିଣ୍ଡର ଭରିଛନ୍ତି ଗ୍ରାହକ। ଡିସେମ୍ବର ୨୦୧୮ ସୁଦ୍ଧା ୭୨.୫ ଲକ୍ଷ ଉପଭୋକ୍ତା ଏହି ଯୋଜନାରେ ସାମିଲ ହୋଇଛନ୍ତି। ଏହା ହିଁ ଓଡ଼ିଶାର ସାଧାରଣ ଲୋକ, ସ୍ୱଚ୍ଛ ଇନ୍ଧନ ଗ୍ରହଣ କରିଥିବାର ପ୍ରମାଣ। କେନ୍ଦ୍ର ସିଲିଣ୍ଡର ପିଛା ୩୨୬ ଟଙ୍କା ୨୨ ପଇସା ସବ୍‌ସିଡି ଦେଉଛି। ରାଜ୍ୟକୁ ଧୂଆଁମୁକ୍ତ କରିବାରେ ମନ୍ତ୍ରୀ ସହଯୋଗର ହାତ ବଢ଼ାନ୍ତୁ। ’’

ଗତକାଲି ରାଜ୍ୟରେ ଉଜ୍ଜ୍ୱଳା ଯୋଜନାର ଅନାଦୃତି ସଂପର୍କରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ। ଯୋଜନାରେ ଗ୍ୟାସ୍ ସରିବା ପରେ ରିଫିଲିଂ ବିଶେଷ ହେଉନି ଏବଂ ଦର ଅଧିକ ରହୁଥିବାରୁ ଗ୍ରାହକମାନେ ରିଫିଲିଂ କରିପାରୁନଥିବା ଚିଠିରେ ଉଲ୍ଲେଖ କରିଥିଲେ ସୂର୍ଯ୍ୟ।

You might also like