ଗଜପତି ମହାରାଜାଙ୍କ ସହଯୋଗ ଲୋଡ଼ିିଲେ ଧର୍ମେନ୍ଦ୍ର

ପୁରୀ: ପୁରୀ ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶାଳ ସମର୍ପଣ ନିଧି ସଂଗ୍ରହକୁ ସ୍ୱେଚ୍ଛାକୃତ ଜନ ଆନ୍ଦୋଳନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏନେଇ ଗଜପତି ମହାରାଜାଙ୍କ ସହଯୋଗ ଧର୍ମେନ୍ଦ୍ର ଲୋଡ଼ିଛନ୍ତି। ପ୍ରତ୍ୟେକ ହିନ୍ଦୁ ଓ ସାଢ଼େ ୪ କୋଟିି ଓଡ଼ିଆ ସେବାର ସୁଯୋଗ ପାଇବେ। ଶ୍ରମଦାନ ଓ ଅର୍ଥଦାନ ମାଧ୍ୟମରେ ସେବାର ସୁଯୋଗ ପାଇପାରିବେ। ପ୍ରସ୍ତାବିତ ଅଭିଯାନ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସେତୁ ପାଲଟିବ ବୋଲି ସେ କହିଛନ୍ତି। ସମନ୍ୱୟ ରକ୍ଷା ପାଇଁ ଗଜପତି ମହାରାଜଙ୍କୁ ଚିଠିରେ ଅନୁରୋଧ କରିଛନ୍ତି।

ଚିଟିରେ ସେ ଆହୁରି ଲେଖିଛନ୍ତି ଯେ ଭାରତ ସରକାର ଆଇନଗତ ଓ ନୀତିଗତ ସହାୟତା ପାଇଁ ଇଚ୍ଛୁକ। ଏକାଧିକ ବ୍ୟାଙ୍କ ଭକ୍ତଙ୍କ ଅର୍ଥ ପହଞ୍ଚାଇବାରେ ସହଯୋଗ କରିବେ। ଗଜପତିଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ସଫଳ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।

You might also like