ବୌଦ୍ଧରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର

ବୌଦ୍ଧ (ଭର୍ଜନ କୁମାର ପ୍ରଧାନ) : ବୌଦ୍ଧ ନିର୍ବାଚନମଣ୍ଡଳୀ ବୁଢିପଦରରେ ବିଜେପିର ସଂକଳ୍ପ ସମାବେଶ। ବୁଢିପଦର ହାଇସ୍କୁଲ ପଡ଼ିଆରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଜିଲ୍ଲାରେ ଥିବା ସମସ୍ୟାର ସମାଧାନ କରାଯିବ ସହ ଗୁରୁଜୀମୁଣ୍ଡା ଜଳ ପ୍ରକଳ୍ପ, ବୌଦ୍ଧରେ ସରକାରୀ କଲେଜ ନିର୍ମାଣ  ଉପରେ ଗୁରୁତ୍ୱାରୋପ କରିବେ ବୋଲି କହିଥିଲେ। ବୌଦ୍ଧରେ ଆୟୋଜିତ ସଭାରେ କନ୍ଧମାଳରେ ବିଜେପି ଲୋକସଭା ପ୍ରାର୍ଥୀ ଖାରବେଳ ସ୍ୱାଇଁ, ବୌଦ୍ଧ ବିଧାନସଭା ପ୍ରାର୍ଥୀ ସୁଶାନ୍ତ ପ୍ରଧାନ ଯୋଗ ଦେଇଥିଲେ।

ଆସନ୍ତା ଦ୍ୱିତୀୟ ପର୍ଯ୍ୟାୟରେ ଏହି ସବୁ ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ହେବ।

You might also like