ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରଦୀପ ମହାରଥୀଙ୍କ ପ୍ରତିକ୍ରିୟାକୁ ସମାଲୋଚନା କଲେ ଧର୍ମେନ୍ଦ୍ର

ପିପିଲି: ପିପିଲି ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ନେଇ ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପ୍ରତିକ୍ରିୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୀବ୍ର ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଯେ, ଏହି ମନ୍ତବ୍ୟ ଦଳିତ ବିରୋଧୀ ଓ ମହିଳା ବିରୋଧୀ ମାନସିକତାର ଚରମ ନିଦର୍ଶନ। ଭାରତ ବର୍ଷରେ ଏଭଳି ଅଭାବନୀୟ ସ୍ଥିତି କେବେ ହୋଇନଥିବ।

ଦଳିତ ଝିଅ ପୀଡ଼ିତା ହେଲା, ଜୀବନ ଗଲା, ଚାର୍ଜସିଟ୍‌ ହେଲା, ମନ୍ତ୍ରୀ ଇସ୍ତଫା ବି ଦେଇଥିଲେ। ଅଭିଯୋଗ ଆସିବା ପରେ ନିନ୍ଦିତ ହୋଇ ମନ୍ତ୍ରୀ ଇସ୍ତଫା ଦେଇଥିଲେ।

ଆଉ ଏବେ ପୀଡ଼ିତାକୁ ନ୍ୟାୟ ମିଳିଛି ବୋଲି ଦୁଇଦିନ ତଳେ କୃଷି ମନ୍ତ୍ରୀ ପ୍ରତିକ୍ରିୟା ଦେଇଥିଲେ। ତୁରନ୍ତ ରାଜ୍ୟ ଉଚ୍ଚ ନ୍ୟାୟାଳୟ ଯାଇ ଏହା ବିରୋଧରେ ଲଢ଼େଇ କରି ଦଳିତ ଝିଅକୁ ନ୍ୟାୟ ଦେବାପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

You might also like