• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita
  • ଓଡ଼ିଶାରେ ଆନ୍ଧ୍ର ନିର୍ବାଚନ ନେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍
  • ରାଜ୍ୟର ଭୌଗୋଳିକ ସୀମାକୁ ସୁରକ୍ଷିତ କରିବା ଆମ ଦାୟିତ୍ୱ
  • ଆନ୍ଧ୍ର ହେଉ ବା ଅନ୍ୟ ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ତିକ୍ତତା ଆଣୁଛି
  • ଆମ ଭୌଗୋଳିକ ସୀମାରେ ପଶି କାଲି ଆନ୍ଧ୍ର ନିର୍ବାଚନ କରିବା ଚିନ୍ତାର ବିଷୟ
  • ମାତୃଭୂମି ସୀମା ଓ ସୀମାନ୍ତ ଜନତାଙ୍କୁ ବାନ୍ଧି ରଖିବାକୁ ମିଳିତ ପ୍ରୟାସ କରିବା ଉଚିତ୍

ଭୁବନେଶ୍ୱର: ’ନେଡିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ, ନହେଲେ ଆହୁରି ଖରାପ ସ୍ଥିତି ସାମ୍ନା କରିବାକୁ ପଡ଼ିପାର’। ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସୋସିଆଲ ମିଡିଆରେ ଏଭଳି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆମ ଭୌଗୋଳିକ ସୀମାରେ ପଶି ଗତକାଲି ଆନ୍ଧ୍ର ନିର୍ବାଚନ କରିବା ଚିନ୍ତା ଜନକ ବିଷୟ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ସରକାର ଆଇନଗତ ପଦକ୍ଷେପ ନେଇଛନ୍ତି ସତ, ଏହାକୁ ନିର୍ଣ୍ଣାୟକ ସ୍ଥିତି ପର୍ଯ୍ୟନ୍ତ ନେବାକୁ ଆଶା ବୋଲି ସେ ଉଲ୍ଲେଖ କରିଛନ୍ତି। ରାଜ୍ୟର ସୀମାକୁ ସୁରକ୍ଷିତ କରିବା ତଥା ଓଡ଼ିଶାବାସୀଙ୍କୁ ଏକତ୍ର ଯୋଡ଼ି ରଖିବା ସରକାରଙ୍କ ଦାୟିତ୍ୱ। ସ୍ଥାନୀୟ ପ୍ରଶାସନ ସୀମାନ୍ତ ଗାଁରେ ବିକାଶ ଓ ସରକାରୀ ସେବା ମଜବୁତ କରିବା ଆବଶ୍ୟକ। ସବୁ ରାଜନୈତିକ ଦଳ, ସାମାଜିକ ସଂଗଠନ, ବ୍ୟକ୍ତିବିଶେଷ ଆମ ମାତୃଭୂମିର ସୀମା ଓ ସୀମାନ୍ତ ଜନତାଙ୍କୁ ବାନ୍ଧି ରଖିବାକୁ ମିଳିତ ପ୍ରୟାସ କରନ୍ତୁ ବୋଲି ଧର୍ମେନ୍ଦ୍ର ଟ୍ୱିଟ୍ କରିଛନ୍ତି।

ସେପଟେ ଆନ୍ଧ୍ରକୁ ପ୍ରବଳ ବିରୋଧ କି ଅନୁରୋଧ କିଛି କାମ ଦେଇନି। ସୁପ୍ରିମକୋର୍ଟରେ ଅବମାନନା ମାମଲା ରୁଜୁ ହୋଇଥିଲେ ସୁଦ୍ଧା ବେଖାତିର୍ କରି ଓଡ଼ିଶାରେ ନିର୍ବାଚନ କରିଛି ଆନ୍ଧ୍ର।ରାଜ୍ୟରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବା ଘଟଣା ଓଡ଼ିଶା ଇତିହାସ ପାଇଁ ଏକ କଳଙ୍କିତ ଅଧ୍ୟାୟ। ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତା ଉପରେ ଏହା ପ୍ରଚଣ୍ଡ କୁଠାରଘାତ ବୋଲି କହି ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି।

 

ସୂଚନାଯୋଗ୍ୟ ଗତକାଲି କୋରାପୁଟ ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଗାଁରେ  ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍  ପଡ଼ିଛି। କୋରାପୁଟ ପାଟୁସେନେରିରେ ସକାଳ ୬ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ସାଢ଼େ ଗୋଟାଏ ଯାଏଁ ମତଦାନ ଚାଲିଥିଲା। ନକ୍ସଲ ପ୍ରବଣ ଇଲାକା ହୋଇଥିବାରୁ ଆନ୍ଧ୍ର ପୋଲିସ୍‌ର ସୁରକ୍ଷା ବି କଡ଼ା ଥିଲା। ତେବେ କେଉଁ ପରିସ୍ଥିତିରେ ଏଠି ଆନ୍ଧ୍ର ନିର୍ବାଚନ କଲା, ଜିଲ୍ଲା ପ୍ରଶାସନ କଣ କରୁଥିଲା ଏ ନେଇ ଗତକାଲି ବି ସ୍ଥାନୀୟ ବିଜେପି ନେତା କୋରାପୁଟ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଘେରିଥିଲେ।

Dharmendra-pradahn-targets-odisha-govt-over-ap-panchayat-polls-in-kotia
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories