• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର:   ’ତୈଳ ଦର ବୃଦ୍ଧି ସାମୟିକ, ଶୀଘ୍ର ସ୍ଥିତି ସୁଧୁରିବ’। ଦେଶରେ ହୁ ହୁ ହୋଇ ତେଲ ଦର ବଢ଼ୁଥିବା ବେଳେ ଏପରି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ। ତୈଳ ଦର ସାମୟିକ ସମୟ ପାଇଁ ବୃଦ୍ଧି ପାଇଛି ବୋଲି କହିଛନ୍ତି  ଧର୍ମେନ୍ଦ୍ର ପ୍ରଧାନ। ବିଶ୍ୱ ବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି। ଦେଶକୁ ତୈଳ ଯୋଗାଣ କରୁଥିବା ଦେଶ କଥା ଦେଇ କଥା ରଖିଲେନି, ଯଦ୍ୱାରା ଏପରି ସ୍ଥିତି ଉପୁଜିଛି। ତେବେ ଏଥିପାଇଁ ଏସିଆ ମହାଦେଶର ସମସ୍ତ ଦେଶ, ତୈଳ ଯୋଗାଣକାରୀ ଦେଶ ଗୁଡ଼ିକ ଉପରେ ଚାପ ସୃଷ୍ଟି କରୁଛନ୍ତି। ଶୀଘ୍ର ଉତ୍ପାଦନ ବଢ଼ାଇବା ପାଇଁ କୁହାଯାଉଛି।

ସେହିପରି ଆମେରିକାରେ ମଧ୍ୟ ବରଫ ଝଡ଼ ଯୋଗୁଁ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ଏପରି ପ୍ରଭାବ ପଡ଼ିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ପେଟ୍ରୋଲ, ଡିଜେଲକୁ GST ଅନ୍ତର୍ଭୁକ୍ତ କଲେ ଗ୍ରାହକ ଲାଭ ପାଇବେ। ତେବେ ଏଥିପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। GST କାଉନସିଲରେ ଏନେଇ ନିଷ୍ପତ୍ତି ନିଆଯିବ।

ଅନ୍ୟପଟେ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ରାଜନୈତିକ ଟିପ୍ପଣୀ ଦେଉଥିବାରୁ ବିରୋଧୀକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି, କେବଳ କେନ୍ଦ୍ର ସରକାର ଶୁଳ୍କ ଆଦାୟ କରୁନାହାନ୍ତି। କଂଗ୍ରେସ ଶାସିତ ରାଜ୍ୟରେ ମଧ୍ୟ ଅଧିକ ଶୁଳ୍କ ଆଦାୟ କରାଯାଉଛି। କରୋନା ସ୍ଥିତିରେ ଦେଶର ଅର୍ଥନୀତି ଯେପରି ସ୍ଥିତିରେ ପହଞ୍ଚିଥିଲା,ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କର ହେଉ, ଆମାଦାନୀ ନାଁ ସହିତ ସମାନ ହୋଇଯାଇଥିଲା। ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ଦେଶର ଖର୍ଚ୍ଚ ମଧ୍ୟ ବଢ଼ି ବଢ଼ି ଯାଇଥିଲା। ତେଣୁ ଏସବୁ ରାଶି କେନ୍ଦ୍ର ସରକାର କେଉଁଠୁ ଆଣିବେ।

ଆହୁରି ପଢନ୍ତୁ: ବେକାକୁ ତୈଳଦର: ସାଇକେଲ ଚଲାଇ ପ୍ରତିବାଦ କଲେ କଂଗ୍ରେସ ବିଧାୟକ

ଏଥିଯୋଗୁଁ କିଛି ସମୟ ପାଇଁ ବ‍ଢ଼ୁଛି ତୈଳ ଦର। ସଂଗୃହୀତ ହୋଇଥିବା ରାଶିରେ, ୩୫ ହଜାର କୋଟି ଟଙ୍କା ଭ୍ୟାକ୍ସିନ ପାଇଁ ବ୍ୟବହାର କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ୧୩୭ ପ୍ରତିଶତ ବୃଦ୍ଧି କରି ବ୍ୟବୟବରାଦ ହୋଇଛି। ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଉଛି। ହେଲେ ଏହି ସ୍ଥିତିରେ ଶୀଘ୍ର ସୁଧାର ଆସିବ ବୋଲି ମଧ୍ୟ ସେ କହିଛନ୍ତି।

ସାରା ଦେଶରେ ତୈଳ ଦର ବେଲଗାମ ଥିବାବେଳେ ସାଧାରଣ ଜନତା ଅସନ୍ତୋଷ ପ୍ରକାଶ କରୁଛନ୍ତି। ଗୋଟିଏ ପଟେ କରୋନା ମାଡ଼ରେ ଲୋକଙ୍କ ଆର୍ଥିକ ଅବସ୍ଥା ଦେବାଳିଆ ଥିବା ବେଳେ ଏପଟେ ହୁ ହୁ ବଢୁଥିବା ତେଲ ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀର ଦର ବଢ଼ିବା ଆଶଙ୍କା କରାଯାଉଛି। ତ୍ରାହି ତ୍ରାହି ଡାକ ଦେଲାଣି ମଧ୍ୟବିତ୍ତର ପକେଟ୍।

ସୂଚନାଯୋଗ୍ୟ ତୈଳଦର ୨ ଦିନ ସ୍ଥିର ରହିବା ପରେ ଆଜି ପୁଣି ବଢିଛି। ତୈଳ କମ୍ପାନୀ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ବୃଦ୍ଧି କରିଥିବାବେଳେ ଡିଜେଲ ୩୮ ପଇସା ବୃଦ୍ଧି କରିଛନ୍ତି। ଗୋଟିଏ ପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ବି ଡିଜେଲ, ପେଟ୍ରୋଲ ଉପରେ ଟିକସ ହ୍ରାସ‌ କରୁ ନାହାନ୍ତି। ଦେଶର ସବୁ ସହରରେ ସହରରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ଉପରେ ରହିଛି। ତେବେ ଓଡ଼ିଶାରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଛି।

ଆଜି ମାଲକାନଗିରିରେ ପେଟ୍ରୋଲ ଲିଟର ଶହେ ପାର କରିଛି । ଆଜି ମାଲକାନଗିରିରେ ପ୍ରିମିୟମ ପେଟ୍ରୋଲ ଲିଟର ପିଛା ଦର ରହିଛି ଶହେ ଟଙ୍କା ୩ ପଇସା । ସେହିପରି   ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ବଢ଼ିଥିବାବେଳେ ଡିଜେଲ ଦର ୪୩ ପଇସା ବୃଦ୍ଧି ପାଇଛି ।

 

Dharmendra-pradahn-reaction-on-petrol-price-hike
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories