ଭୁବନେଶ୍ୱର : ପାରାଦୀପରେ ପ୍ରସ୍ତାବିତ ପ୍ଲାଷ୍ଟିକ୍ ପାର୍କ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୦୧୯ ଫେବୃଅାରୀ ସୁଦ୍ଧା ପଲିପ୍ରପିଲିନ୍ ପ୍ରକଳ୍ପରୁ ଉତ୍ପାଦନ ଅାରମ୍ଭ ଲକ୍ଷ୍ୟ ରଖାଯାଇଛି।
ସେତେବେଳେ ସୁଦ୍ଧା ପ୍ଲାଷ୍ଟିକ୍ ପାର୍କ ନ ହେଲେ ପୁଞ୍ଜି ନିବେଶ ପ୍ରଭାବିତ ହେବ ବୋଲି ସେ ଚିଠିରେ ଲେଖିଛନ୍ତି। ୬ଟି କମ୍ପାନୀ ପ୍ରକଳ୍ପ ପାଇଁ ଅନୁମତି ମାଗିଥିଲେ ମଧ୍ୟ ରାଜ୍ୟସରକାର ଏପର୍ଯ୍ୟନ୍ତ ଜଏଣ୍ଟ ଭେଞ୍ଚର ପାଇଁ ଅନୁମତି ଦେଇ ନାହାନ୍ତି।
ଏହି ପ୍ରକଳ୍ପ ପାଇଁ ସାର ଓ ରସାୟନ ମନ୍ତ୍ରାଳୟ ଭିତ୍ତିଭୂମି ପାଇଁ ୪୦ କୋଟି ମଞ୍ଜୁର କରାଯାଇଛି। ତେଣୁ ନିର୍ଦ୍ଧାରିତ ସମୟରେ ପ୍ଲାଷ୍ଟିକ୍ ପାର୍କ ନ ହେଲେ ପୁଞ୍ଜି ନିବେଶ ପ୍ରଭାବିତ ହେବ ବୋଲି ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ସେ ଚିଠିରେ ଲେଖିଛନ୍ତି।