ମଙ୍ଗୁଳିଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର ଓ ଅପରାଜିତା

ଖୋର୍ଦ୍ଧା(ବଳରାମ ଲେଙ୍କା) : ଖୋର୍ଦ୍ଧାରେ ଦୁର୍ବୃତ୍ତଙ୍କ ଗୁଳିରେ ମୃତ ବିଜେପି ନେତା ମଙ୍ଗୁଳି ଜେନାଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ଲୋକସଭା ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ।

ମଙ୍ଗୁଳିଙ୍କ ଖୋର୍ଦ୍ଧା ବଡ଼ପୋଖରିଆ ବାସଭବନରେ ଶୋକସନ୍ତପ୍ତ ପରିବାରକୁ ଭେଟି ସାନ୍ତ୍ୱନା ଦେଲେ ଉଭୟ ନେତା। ଏହା ପରେ ଧର୍ମେନ୍ଦ୍ର ପ୍ରତିକ୍ରିୟା ରଖି କହିଛନ୍ତି ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେଲା ପରେ ବି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ତେବେ ମଙ୍ଗୁଳିଙ୍କ ପରିବାରକୁ ନ୍ୟାୟ ନିଶ୍ଚିତ ମିଳିବ। ଏପରିକି ବୁଲେଟ୍‌ର ଜବାବ ବାଲାଟ୍‌ରେ ଦେବାକୁ ଧର୍ମେନ୍ଦ୍ର ଆହ୍ୱାନ ଦେଇଛନ୍ତି।

You might also like