• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆସିକା: ବାଦ୍ୟ ମହୁରୀରେ ପ୍ରକମ୍ପିତ ପରିବେଶ। ବାଜା ବଜାଇ ରାଜ ପାଲିଙ୍କିରେ ରାଜକୁମାରୀଙ୍କୁ ନେଲେ ଲୋକେ। ଧରାକୋଟର ବାହୁଡ଼ାଯାତ୍ରାରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ପରମ୍ପରାକୁ ବଜାୟ ରଖି ବାପା କିଶୋର ଚନ୍ଦ୍ର ସିଂହଦେଓଙ୍କ ମୃତ୍ୟୁ ପରେ ପ୍ରଭୁ ଜଗନ୍ନାଥଙ୍କ ସେବା ଲାଗି ବାହାରିଛନ୍ତି ତାଙ୍କ ଝିଅ ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ। ଦେବ ନୀତି ସଂପନ୍ନ କରିବା ଲାଗି ପୁରୀ ମୁକ୍ତି ମଣ୍ଡପ ପକ୍ଷରୁ ମଧ୍ୟ ଏଥିଲାଗି  ସ୍ୱୀକୃତି ମିଳିଛି ।

ପାଲିଙ୍କିରେ ଯାଇ ରଥ ନିକଟରେ ପହଞ୍ଚିବାପରେ ରଥ ଉପରକୁ ଯାଇ ଛେରା ପହଁରା ସହ ସମସ୍ତ ଦେବନୀତିକୁ ସଂପନ୍ନ କରିଛନ୍ତି ରାଜକୁମାରୀ। କେବଳ ସେତିକି ନୁହେଁ ଡାହୁକର ଡାକରେ ରଥରେ ବସି ପ୍ରଜାଙ୍କ ନିକଟତର ବି ହୋଇଛନ୍ତି । ଗଣତନ୍ତ୍ର ଶାସନରେ ଥାଇ ବି ପରମ୍ପରାକୁ ସମ୍ମାନ ଜଣାଇ ଧରାକୋଟବାସୀ ରାଣୀଙ୍କୁ ସମ୍ମାନ  ପ୍ରଦାନ କରି ଆସୁଛନ୍ତି । ସେପଟେ ଜଣେ ମହିଳା ହୋଇ ପ୍ରଭୁଙ୍କ ସେବା ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ । ସେ କହିଛନ୍ତି ‘ମୋ ପୂର୍ବପରୁଷମାନେ ଶ୍ରୀଜଗନ୍ନାଥଙ୍କ ସେବା କରି ଆସୁଥିଲେ। ମୁଁ ମଧ୍ୟ ସେବା କରିବି । ଏହା ମୋ ପାଇଁ ଗୌରବର କଥା। ଏବେ ସମୟ ବଦଳିଛି। ନାରୀମାନେ ସବୁ କିଛି କରିପାରିବେ।’

ପିଢି ପରେ ପିଢ଼ି ବଦଳିଛି। ତଥାପି ବଞ୍ଚି ରହିଛି ପରମ୍ପରା। ରାଜାଙ୍କ ପରେ ଏବେ ପ୍ରଭୁଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ତାଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳି ଦେବୀ।

(ଆସିକାରୁ ମନୋଜ ମୁନିଙ୍କ ରିପୋର୍ଟ)

Dharakot-princess-does-her-rituals-in-rath
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories