କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ମହାରାଜ କଂସ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଲେ ନିର୍ଦ୍ଦେଶ

ବରଗଡ଼ : ଧନୁଯାତ୍ରାର ପଞ୍ଚମ ଦିନରେ ମହାରାଜ କଂସଙ୍କ ଦରବାରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ହୋଇଥିଲେ।

ରାଜ ଦରବାରରୁ ଆମନ୍ତ୍ରିତ ହୋଇ ଉପସ୍ଥିତ ରହିଥିବାରୁ ମହାରାଜ କଂସ ବେଶ୍ ଖୁସି ବ୍ୟକ୍ତ କରିଥିଲେ। ମଥୁରା ନଗରୀର ଚଷା ପୁଅ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବାରୁ ଚାଷୀଙ୍କ ଉନ୍ନତି ଓ ବିକାଶ ପାଇଁ ବିଶେଷ ଧ୍ୟାନ ଦେବାକୁ ମହାରାଜ ପରାମର୍ଶ ଦେବା ସହ ଅଧିକ ଜନହିତକର ଯୋଜନା ଜନତାଙ୍କ ଲାଗି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହାରାଜ କଂସଙ୍କ କଥାକୁ ଗ୍ରହଣ କରି ରାଜଦରବାରରୁ ବିଦାୟ ନେଇଥିଲେ। ସେପଟେ ବରଗଡ଼ରେ ଏକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ମହାରାଜ କଂସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

You might also like