ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ନୂଆପୁର ଧଇଁଆ ସାହି ଶିଶୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ନୂଆଗାଁର ଲକ୍ଷ୍ମୀଧର ମଲ୍ଲିକକୁ ପୋଲିସ ଗିରଫ କରିଛି। ଗିରଫ ପରେ ସେ ଅନ୍ଧବିଶ୍ୱାସ ଯୋଗୁଁ ହତ୍ୟା କରିଥିବା ନେଇ ସ୍ୱୀକାର କରିଛି ବୋଲି ପୋଲିସ କହିଛି।

ଧଇଁଆସାହିର ଟିକିଲି ମଲ୍ଲିକଙ୍କ ୭ ବର୍ଷର ପୁଅ ହିମାଂଶୁ ନିଖୋଜ ହୋଇ ଯାଇଥିଲା। ଖୋଜାଖୋଜି କରି ନ ପାଇବାରୁ ଅଜା ରମାକାନ୍ତ ମଲ୍ଲିକ ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ପରଦିନ ୧୪ ତାରିଖରେ ହିମାଂଶୁର ଘରଠାରୁ ୩୦୦ ମିଟର ଦୂର ଏକ ପୋଖରୀରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା।

ମୃତଦେହ ଉଦ୍ଧାର ପରେ ହିମାଂଶୁର ବେକକୁ ଗୋଟିଏ ପ୍ଲାଷ୍ଟିକ ରଶିରେ ଭିଡ଼ା ଯାଇଥିବା ଦେଖିବାକୁ ମିଳିଥିଲା।  ତା ଛଡ଼ା ଘରଠାରୁ ଅଧ କିଲୋମିଟର ଦୂରରେ ଥିବା ମଶାଣିରୁ ତାର ରକ୍ତଭିଜା ପୋଷାକ ପଡ଼ିଥିଲା। ତେବେ ପୋଲିସ ତଦନ୍ତ କରି ଲକ୍ଷ୍ମୀଧରକୁ ଗିରଫ କରି ପଚରାଉଚରା କରିଥିଲା।

ହତ୍ୟା କରିଥିବା ନେଇ ସେ ସ୍ୱୀକାର କରିଛି। ବୋହୂର ପିଲାପିଲି ହେଉନଥିବାରୁ ଠାକୁର ତାକୁ ସ୍ୱପ୍ନାଦେଶ କଲେ ଯେ, ଶିଶୁ ହତ୍ୟା କଲେ ପିଲାପିଲି ହେବ। ସେଥିଲାଗି ସେ ଶିଶୁକୁ ହତ୍ୟା କରିଛି ବୋଲି ମାନିଥିବା ପୋଲିସ କହିଛି।

ଆହୁରି ପଢ଼ନ୍ତୁ

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

You might also like