ଗୁଳିମାଡ଼ରେ ଢାବା ମାଲିକ ଆହତ

ଭୁବନେଶ୍ୱର: ରାଜଧାନୀରେ ଫୁଟିଲା ଗୁଳି। ଗତକାଲି ଗଣେଶ ପୂଜାକୁ ନେଇ ରାଜଧାନୀ ଉତ୍ସବମୁଖର ଥିବାବେଳେ ଖଣ୍ଡଗିରି କଳିଙ୍ଗ ଷ୍ଟୁଡ଼ିଓ ନିକଟରେ ଗୁଳି ଫୁଟିଛି। ଗୁଳିମାଡ଼ରେ ଜଣେ ଢାବା ମାଲିକ ଆହତ ହୋଇଛନ୍ତି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି।

ଆହତ ଢାବା ମାଲିକଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳିମାଡ଼ କରିଥିବା ୨ ଜଣ ବ୍ୟକ୍ତି ନିକଟସ୍ଥ ଜଙ୍ଗଲରେ ଲୁଚିଥିବା ସନ୍ଦେହ ପରେ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି।

 

You might also like