ମହାକାଳପଡ଼ା ଥାନା IIC ନିଲମ୍ବିତ

ଥାନାରୁ ଚମ୍ପଟ ପରେ ଅଭିଯୁକ୍ତର ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା

କେନ୍ଦ୍ରାପଡା : ମହାକାଳପଡ଼ା ଥାନା IIC ନିଲମ୍ବିତ। ମହାକାଳପଡ଼ା ଥାନା IIC ଶ୍ୟାମଘନ ବେହେରାଙ୍କୁ ନିଲମ୍ବନ କରିଛନ୍ତି ଡିଜିପି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏହି ସସ୍‌ପେଣ୍ଡ କରିଛନ୍ତି ଡିଜିପି। ମହାକାଳପଡା ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଅବିନାଶ ପାଇଟଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ମୋବାଇଲ ଚୋରି ଅଭିଯୋଗରେ ଗତକାଲି ଅବିନାଶକୁ ଗିରଫ କରାଯାଇଥିଲା। ପୁଲିସର ସୂଚନା ଅନୁସାରେ ରାତିରେ ଶୌଚ ହେବା ବାହାନାରେ ସେ ଥାନାରୁ ଦୌଡ଼ି ପଳାଇ ଥିଲା। ବହୁ ଖୋଜାଖୋଜି ପରେ ବି କୌଣସି ସନ୍ଧାନ ମିଳିନଥିଲା। ପରେ ମହାକାଳପଡା ଥାନା ନିକଟରେ ଜଣକର ସିଡ଼ି ଘରୁ ତା’ର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ପୁଲିସ ଅବିନାଶକୁ ହତ୍ୟା କରିଥିବା ଅଭିଯୋଗ କରି ଲୋକେ ବାଲଣାଛକରେ ରାସ୍ତାରୋକ କରିଥିଲେ।  ଘଟଣାସ୍ଥଳରେ ଅାଡିସନାଲ୍ ଏସ୍.ପି. ଏବଂ ଉପ-ଜିଲ୍ଲାପାଳଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକରୁ ହଟିଥିଲା।

 

You might also like