ମାଲକାନଗିରି: ସସ୍ପେଣ୍ଡ ହେଲେ ଲାଞ୍ଚ ନେଇ ଧରାପଡ଼ିଥିବା ଆଇଆଇସି ରଞ୍ଜନ ସାହୁ। ପୁଲିସ ଡିଜି ଆଇଆଇସି ରଞ୍ଜନଙ୍କୁ ସସ୍ପେଣ୍ଡ କରିଛନ୍ତି।
ମାଲକାନଗିରି ଜିଲ୍ଲା ସଦର ମହକୁମା ଥାନାର ୩ ପୁଲିସ ଅଧିକାରୀ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। IIC ରଞ୍ଜନ ସାହୁ, SI ମାନସ ରଞ୍ଜନ ଓ ସୁନିଲ କୁମାରଙ୍କୁ ଲାଞ୍ଚ ନେଉଥିବାବେଳେ ଧରିଥିଲେ ଭିଜିଲାନ୍ସ ଟିମ୍। ଏକ ଘରୋଇ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଗିରଫ ଏମାନଙ୍କୁ ଗରିଫ କରିଛି।
ପୁରୁଣା ମାମଲାରେ କଲେଜ କର୍ତ୍ତୃପକ୍ଷଙ୍କୁ ଧମକାଇବା ସହ ଲାଞ୍ଚ ମାଗୁଥିଲେ ପୁଲିସ ଅଧିକାରୀ। ଏନେଇ କଲେଜ କର୍ତ୍ତୃପକ୍ଷ ଭିଜିଲାନ୍ସକୁ ଜଣାଇଥିଲେ। ଗତକାଲି ରାତିରେ କଲେଜ କର୍ତ୍ତୃପକ୍ଷ ଯୋଜନା ମୁତାବକ ଲକ୍ଷେ ଟଙ୍କା ଦେବା ବେଳେ ୩ ପୁଲିସ ଅଧିକାରୀଙ୍କୁ କାବୁ କରିଥିଲା ଭିଜିଲାନ୍ସ ଟିମ୍। ଗିରଫ ପରେ ତିନି ଜଣଙ୍କୁ ଜୟପୁର ନିଆଯାଇଛି।